ନେତାଙ୍କ ପରକୀୟା ପ୍ରୀତି ବିଷୟରେ ଜାଣିନେଲେ ପତ୍ନୀ, ଡ୍ୟାନ୍ସର ପ୍ରେମିକାଙ୍କୁ ବିଚ୍ ରାସ୍ତାରେ ହତ୍ୟା
28/12/2020 at 3:54 PM

ନୂଆଦିଲ୍ଲୀ ୨୮/୧୨: ନେତାଙ୍କ ସହ ପ୍ରେମ ସଂପର୍କ ଭାରି ପଡ଼ିଲା। ଜଣେ ଲୋକପ୍ରିୟ ଡ୍ୟାନ୍ସରଙ୍କୁ ବିଚ୍ ରାସ୍ତାରେ ଗୁଳି କରି ଉଡ଼ାଇଲା ଦୁର୍ବୃତ୍ତ। ୩୦ ବର୍ଷୀୟ ସୁନ୍ଦରୀ ଡ୍ୟାନ୍ସରଙ୍କୁ ହତ୍ୟା କରାଯିବା ପରେ ବିଭିନ୍ନ ମତ ପ୍ରକାଶ ପାଇଛି । କେହି କହୁଛନ୍ତି ନେତାଙ୍କ ସହ ପ୍ରେମ ସଂମ୍ପର୍କ ପାଇଁ ତାଙ୍କୁ ହତ୍ୟା କରାଯାଇଛି ତ ଆଉ କିଏ କହୁଛି ତାଙ୍କୁ ଇର୍ଷା କରୁଥିବା ଲୋକଙ୍କ ମଧ୍ୟରୁ କେହି ହତ୍ୟା କରିଛି। ଏମିତି ମଧ୍ୟ କୁହାଯାଉଛି ଡ୍ୟାନ୍ସର ଏତେ ସୁନ୍ଦର ଥିଲେ ଯେ ତାଙ୍କୁ ଏକ ତରଫା ପ୍ରେମ କରୁଥିବା କେହି ବ୍ୟକ୍ତି ହତ୍ୟା କରିଥାଇପାରନ୍ତି।
ଋଷର ଲୋକପ୍ରିୟ ଡ୍ୟାନ୍ସର ନତାଲିଆ ପ୍ରୋନିନା। ମସ୍କୋରେ କୋରଓଗ୍ରାଫି କ୍ଲାସ କରି ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇଥିବା ସହ ଆଖିରେ ଚଷମା ପିନ୍ଧିଥିଲା। ପରେ ଘଟଣାସ୍ଥଳରେ ଷ୍ଟନ୍ ଗ୍ରେନେଡ ଛାଡ଼ି ସେଠାରୁ ପଳାଇଯିବାକୁ ସମର୍ଥ ହୋଇଥିଲା ଦୁର୍ବୃତ୍ତ।
ଋଷର ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡ୍ୟାନ୍ସର ନତାଲିଆ ଜଣେ ନେତାଙ୍କ ସହ ସମ୍ପର୍କରେ ଥିଲେ। ତେବେ ଏନେଇ ନେତାଙ୍କ ସ୍ତ୍ରୀଙ୍କୁ ଜଣାପଡ଼ିଯାଇଥିଲା। ପରେ ନେତାଙ୍କ ସ୍ତ୍ରୀ ସୁପାରି କିଲର ଲଗାଇ ନତାଲିଆଙ୍କୁ ହତ୍ୟା କରିଥାଇପାରନ୍ତି। ସମସ୍ତ ଏଙ୍ଗେଲକୁ ନେଇ ପୋଲିସ ଛାନଭିନ୍ କରୁଛି। ତେବେ ନତାଲିଆଙ୍କ ୩୩ ବର୍ଷୀୟ ପୁରୁଷ ବନ୍ଧୁ ଏନେଇ କିଛି ଜାଣିନଥିବା କହୁଥିବା ବେଳେ ତାଙ୍କୁ କେହି ଜଣେ ଦୀର୍ଘ ଦିନ ହେଲା ପିଛା କରୁଥିଲା ବୋଲି କହିଛନ୍ତି।
ଅନ୍ୟପଟେ ନତାଲିଆଙ୍କ ଜଣେ ବନ୍ଧୁ ବ୍ଲୋରିଆଙ୍କ ମତରେ ସେ ଜଣେ ଭଲ ମଣିଷ ଥିଲେ। କିନ୍ତୁ ସେ କାହା ସହ ସ୍ଥିର ସମ୍ପର୍କରେ ରହିବାକୁ ଭଲ ପାଉନଥିଲେ। ଏପରିକି କାହାକୁ ବାହା ହେବା ଏବଂ ପିଲା ଜନ୍ମ କରିବା ସପକ୍ଷରେ ନଥିଲେ ନତାଲିଆ। ସେ ବହୁତ ଭଲ ରୋଜଗାର କରୁଥିଲେ। ଅନ୍ତର୍ଜାତୀୟ ସ୍ତରରେ ଡ୍ୟାନ୍ସ କ୍ଷେତ୍ରରେ ନତାଲିଆ ବହୁ ଆଓ୍ବାର୍ଡ ମଧ୍ୟ ଜିଣିଥିଲେ ବୋଲି ବ୍ଲୋରିଆ କହିଛନ୍ତି।