ପ୍ରସିଦ୍ଧ ସେଫ୍ ତଥା ନ୍ୟୁୟର୍କରେ ବମ୍ବେ କ୍ୟାଣ୍ଟିନର ସଂସ୍ଥାପକ ଫ୍ଲଏଡ କାର୍ଡୋଜଙ୍କ କରୋନାରେ ମୃତ୍ୟୁ

Published By : Prameya-News7 Bureau | March 26, 2020 IST

ନ୍ୟୁୟର୍କ: ଚୀନ ଉହାନରୁ ବ୍ୟାପିଥିବା କରୋନା ଏବେ ଆମେରିକାରେ ଆତଙ୍କ ରଚିଛି। ଦେଶର ପ୍ରମୁଖ ସହର ନ୍ୟୁୟର୍କରେ ୩ହଜାର ୫ଶହରୁ ଅଧିକ କରୋନା ଅଭିଯୋଗ ମିଳିଲାଣି। ଏଥିରେ ଭାରତ ଲାଗି ନ୍ୟୁୟର୍କରୁ ଏକ ଦୁଃଖଦ ଖବର ଆସିଛି। ଭାରତୀୟ ବଂଶୋଦ୍‌ଭବ ଲୋକପ୍ରୀୟ ସେଫ୍ ତଥା ବମ୍ବେ କ୍ୟାଣ୍ଟିନର ଅନ୍ୟତମ ସଂସ୍ଥାପକ ଫ୍ଲଏଡ କାର୍ଡୋଜ କରୋନାରେ ପ୍ରାଣହରାଇଛନ୍ତି।

{"id":244340,"sizeSlug":"large"}

କରୋନା ସଂକ୍ରମଣ ଲାଗି ୫୯ ବର୍ଷ ବୟସ୍କ କାର୍ଡୋଜ ଗତ ୮ ଦିନ ହେଲା ହସ୍ପିଟାଲରେ ଭର୍ତ୍ତିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ ୨ ଦିନ ହେଲା ଗୁରୁତର ଥିବା ବେଳେ ତାଙ୍କୁ ଭଣ୍ଟିଲେଟରରେ ରଖାଯାଇଥିଲା।  ହେଲେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଚଳିତମାସରେ କାର୍ଡୋଜ୍ ମୁମ୍ବାଇ ଆସିଥିଲେ। ଏଠାରେ ସେ ଏକ ଭବ୍ୟ ପାର୍ଟିର ଆୟୋଜନ କରିଥିବା ବେଳେ ତାଙ୍କ ପାର୍ଟିରେ ୨୦୦ରୁ ଅଧିକ ଲୋକେ ଯୋଗଦେଇଥିଲେ।

{"id":244341,"width":579,"height":434,"sizeSlug":"large"}

ମୁମ୍ବାଇରୁ ଫେରିବା ପରେ ୧୮ ମାର୍ଚ୍ଚ ବୁଧବାର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ହୋଇଲା। ଏଥିରେ ସେ ସିଓଭିଆଇଡି-୧୯ ପଜେଟିଭ ଥିବା ଜଣାପଡିଥିଲେ। ଏଣୁ ସେ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ମାର୍ଚ୍ଚ ୨୫ ତାରିଖରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ସଂସ୍ଥା ହଙ୍ଗର ଇଙ୍କ ପକ୍ଷରୁ ଏକ ବାର୍ତ୍ତାରେ କୁହାଯାଇଛି। କାର୍ଡୋଜଙ୍କ ପରେ ତାଙ୍କ ପରିବାରରେ ମା ବେରିଲ, ପତ୍ନୀ ବରଖା ଓ ୨ ପୁଅ ଜଷ୍ଟିସ୍ ଏବଂ ପିଟର ଅଛନ୍ତି। ପରିବାରର ନ୍ୟୁୟର୍କରେ ସେଜ୍ ଫ୍ଲାଏଡ୍, ବମ୍ବେ କ୍ୟାଣ୍ଟିନ ଓ ପେଡ୍ରୋ ନାମରେ ୩ଟି ରେଷ୍ଟୋରେଣ୍ଟ ରହିଛି। ଆମେରିକାର ନ୍ୟୁୟର୍କ ବ୍ୟତୀତ ଭାରତର ମୁମ୍ବାଇ ଓ ଗୋଆରେ ମଧ୍ୟ  ତାଙ୍କର ରେଷ୍ଟୋରେଣ୍ଟ ଚେନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.