ପ୍ରସିଦ୍ଧ କାର ଡିଜାଇନର ଦିଲ୍ଲୀପ ଛାବାରିଆ ଗିରଫ, 420 ଦଫା ଲଗାଇଲା କ୍ରାଇମ୍ବ୍ରାଞ୍ଚ
28/12/2020 at 10:25 PM

ନୂଆଦିଲ୍ଲୀ ୨୮/୧୨: ଡିସି ଡିଜାଇନ୍ ପ୍ରତିଷ୍ଠାତା ତଥା ପ୍ରସିଦ୍ଧ କାର ଡିଜାଇନର ଦିଲ୍ଲୀପ ଛାବାରିଆ ଗିରଫ। ଠକେଇ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଛାବାରିଆଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦ (ବି) ଓ ୩୪ ରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ।
ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀପ ଛାବାରିଆଙ୍କ ଏକ ବିଲାଶପୂର୍ଣ୍ଣ କାର ମଧ୍ୟ ଜବତ କରାଯାଇଛି। ଗିରଫ ପରେ ତାଙ୍କୁ ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ରଖାଯାଇଛି। ତେବେ ଏନେଇ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ମୁମ୍ବାଇ ପୋଲିସ ଏନେଇ କିଛି କହିବାକୁ ମନା କରିଦେଇଛି। ଏହା ସହ ଛାବାରିଆଙ୍କ ସମ୍ପର୍କରେ ପଚାରିବା ପରେ ପୋଲିସ କଡ଼ା ପ୍ରତିକ୍ରିୟା ଦେଇଥିବା ଆଜତକ୍ରେ ପ୍ରକାଶିତ ଖବରରୁ ଜଣାପଡ଼ିଛି। ଏନେଇ ମଙ୍ଗଳବାର ଦିନ ମୁମ୍ବାଇ ପୋଲିସ ସାମ୍ବାଦିକ ସମ୍ମଳନୀ କରିବ ବୋଲି ସୂଚନା ମିଳିଛି।