Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଅମିତାଭଙ୍କଠୁ ଆରମ୍ଭ କରି ସଚ୍ଚିନଙ୍କ ପର୍ଯ୍ୟନ୍ତ ଜାଣନ୍ତୁ ସେଲିବ୍ରିଟିଙ୍କ ପ୍ରଥମ କାର

1/05/2019 at 7:46 PM

ମୁମ୍ବାଇ ୧।୫ :  ସାଧାରଣ ଲୋକ ହୁଅନ୍ତୁ କି ସେଲିବ୍ରିଟି କାର ପାଇଁ ରହିଛି ସମସ୍ତଙ୍କର ଆଗ୍ରହ। ହେଲେ କାରଟିଏ  କିଣିବା କେବେ ବି କାହା ହାତ ପାଆନ୍ତାର କଥା  ନୁହେଁ। ତେବେ ବିଗ୍–ବି ଅମିତାଭ ହୁଅନ୍ତୁ କି ସଚ୍ଚିନ ତେନ୍ଦୁଲକର ଆସନ୍ତୁ ଜାଣିବା ସେମାନଙ୍କର ପ୍ରଥମେ କିଣିଥିବା କାରର ମଜାଦାର କଥା ।

ଅମିତାଭ ବଚ୍ଚନଙ୍କ ଫିଆଟ କାର
ବିଗ-ବି ଅର୍ଥାତ ଅମିତାଭଙ୍କ ଯାନବାହନ ସଉକ କଥା କାହାକୁ ଅଛପା ନାହିଁ । ତାଙ୍କ ଗ୍ୟାରେଜରେ ସବୁ ନାମୀଦାମୀ ବ୍ରାଣ୍ଡର କାର ଉପଲବ୍ଧ । ତେବେ ଅମିତାଭଙ୍କ କ୍ୟାରିୟର ଆରମ୍ଭ ଦିନଗୁଡିକ ବେଶ ସଂଘର୍ଷମୟ ଥିଲା।  ଶସ୍ତାରେ ସେକେଣ୍ଡହ୍ୟାଣ୍ଡ କାରଟିଏ କିଣିବା ଯୋଜନାରେ ସେ କୋଲକାତାରୁ ଫିଏଟ୍ କାରଟିଏ କିଣି ନେଇଥିଲେ । ଯାହାକୁ ଅମିତାଭ ଆଜି ବି ତାଙ୍କ ଗ୍ୟାରେଜରେ  ସାଇତି ରଖିଛନ୍ତି ।

ମାରୁତି ଓମନି ଶାହରୁଖଙ୍କ ପ୍ରଥମ କାର  
ବଲିଉଡ ସୁପରଷ୍ଟାର ଶାହରୁଖଙ୍କ ପାଖରେ ରହିଛି  ଭଳିକି ଭଳି ଲଗଜରୀ କାର। ହେଲେ ଆପଣ ବିଶ୍ବାସ ବି କରିପାରିବେନି ପ୍ରଥମ କାରଟି ତାଙ୍କ ମା ହିଁ ତାଙ୍କୁ ଉପହାରରେ ଦେଇଥିଲେ। ଏହି କାରଟି ଥିଲା ମାରୁରି ଓମନି । ଆଜି ବି ଶାହରୁଖଙ୍କ ଗ୍ୟାରେଜରେ ମାଙ୍କ ଉପହାର କାରଟି ସେମିତି ଆଦର ଯତ୍ନରେ ରହିଛି ଯେମିତି ନାମୀଦାମୀ ବ୍ରାଣ୍ଡର ନୂଆ ଲଗଜରୀ କାର।

ଅକ୍ଷୟ କୁମାର ମଧ୍ୟ ଥିଲେ ଫିଆଟ ସଉକିନ
ବଲିଉଡଷ୍ଟାର ଅକ୍ଷୟକୁମାର ମଧ୍ୟ ଥିଲେ  ଫିଆଟ ସଉକିନ ।  ଚଳଚିତ୍ରରେ ଅଭିନୟ କରିବା ପରେ ପ୍ରଥମେ ଏକ ନୂଆ ଫିଆଟ କିଣିଥିଲେ ଅକ୍ଷୟ । ଯାହାକୁ ସେ ଅନେକ ଦିନ  ପର୍ଯ୍ୟନ୍ତ ଚଳାଉଥିଲେ। ଏବେ ଅକ୍ଷୟ ଅନେକ ହାଇଟେକ୍ ବିଳାଶମୟ କାର ମାଲିକ। ହେଲେ ଆରମ୍ଭ ଦିନର ଫିଆଟକୁ ମଧ୍ୟ ଯତ୍ନରେ ରଖିଛନ୍ତି ।

ଧର୍ମେନ୍ଦ୍ରମଧ୍ୟ ଚଳାଉଥିଲେ ଫିଆଟ
ଅମିତାଭଙ୍କ ଭଳି ଧର୍ମେନ୍ଦ୍ର ମଧ୍ୟ ଥିଲେ ଫିଆଟ ସଉକିନ। ଫିଲ୍ମରେ ଅଭିନୟ କରିବା ପରେ ସେ ନିଜ ଟଙ୍କାରେ ଏକ ଫିଆଟ କାର କିଣିଥିଲେ। ହେଲେ ଏବେ ତାଙ୍କ ପାଖରେ ବିଳାଶମୟ ଯାନବାହନର ବିଶାଳ ବର୍ଗମାଳା ରହିଛି ।

ମାରୁତି -୮୦୦ ଚଳାଉଥି ମାଷ୍ଟର ବ୍ଲାଷ୍ଟର ସଚ୍ଚିନ
କ୍ରିକେଟ ଜଗତର ବେତାଜ ବାଦଶାହ ସଚ୍ଚିନ ତେନ୍ଦୁଲକର ତାଙ୍କ ବିଶାଳ ସ୍କୋର ପାଇଁ ଯେମିତି ପରିଚିତ ସେମିତି ତାଙ୍କ ବିଏମଡବ୍ଲୁ କଲେକ୍ସନ ପାଇଁ ଜଣାଶୁଣା । ହେଲେ ୧୯୮୯ରେ ସେ ତାଙ୍କ ପାଇଁ ଯେଉଁକାରଟି
ପ୍ରଥମେ କିଣିଥିଲେ ତାହା ଥିଲା ମାରୁତି -୮୦୦। ସଚ୍ଚିନ ବେଶ ସମୟ ପର୍ଯ୍ୟନ୍ତ ଏହି କାରଟିକୁ ଚଳାଉଥିଲେ। ଏବେ ମଧ୍ୟ ତାଙ୍କ ଗ୍ୟାରେଜର ଶୋଭାବଢାଉଛି।

   Related Posts