Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

୧୬ ବର୍ଷ ବୟସରେ ଏମିତି ଦେଖାଯାଉଥିଲେ ବଲିଉଡର ଏହି ୫ ଜଣ ଅଭିନେତ୍ରୀ

6/09/2019 at 9:31 AM

ମୁମ୍ବାଇ୫|୯: ୨୦୧୮ ମସିହାରେ ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା। ଶ୍ରୀଦେବୀ ୧୬ ବର୍ଷ ବୟସରେ ବହୁତ ଅଧିକ ସୁନ୍ଦର ଦେଖାଯାଉଥିଲେ। ତାଙ୍କ ସୌନ୍ଦର୍ଯ୍ୟ ଓ ଅଭିନୟ ଯୋଗୁଁ ସେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସ୍ବର୍ଗତ ଶ୍ରୀଦେବୀ ଜଣେ ଏମିତି ଷ୍ଟାର ଯାହାକୁ ଦେଶ କେବେ ଭୁଲି ପାରିବ ନାହିଁ। ସମଗ୍ର ବିଶ୍ବରେ ସେ ଜଣେ ଚର୍ଚ୍ଚିତା ଅଭିନେତ୍ରୀ।

୧୯୮୦ ଦଶକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ରେଖାଙ୍କର ଏହି ଫଟୋ ସେ ୧୪ ବର୍ଷର ଥିଲା ବେଳେ ଉଠା ଯାଇଥିଲା। ୧୪ ବର୍ଷ ବୟସରେ ମଧ୍ୟ ରେଖା ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଭରଗ୍ରୀନ ବିୟୁଟି ଭାବେ ମଧ୍ୟ ପରିଚିତ। ତାଙ୍କ ଲୁକ୍ ଏବଂ ବିୟୁଟି ଦେଖିଲେ କେହି କହିବେ ନାହିଁ ଯେ, ସେ ୬୪ ବର୍ଷର ମହିଳା।  

ତବ୍ବୁଙ୍କ ସୌନ୍ଦର୍ଯ୍ୟ ଏହି ଫଟୋରେ ଜଣା ପଡୁଛି। ଏହା ତାଙ୍କ ସ୍କୁଲ ଯିବା ସମୟର ଫଟୋ।ବଲିଉଡ ଅଭିନେତ୍ରୀ ତବ୍ବୁ, ଫିଲ୍ମ ଇଂଣ୍ଡଷ୍ଟ୍ରିରେ ବହୁତ ସମୟରୁ ରାଜ କରୁଛନ୍ତି । ୪୮ ବର୍ଷ ବୟସରେ ମଧ୍ୟ ସେ ଖୁବ ସୁନ୍ଦର ଦେଖାଯାଆନ୍ତି।

୧୯୯୦ ଦଶକରେ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟା ଭାରତୀ। ୧୬ ବର୍ଷ ବୟସରେ ମଧ୍ୟ ଦିବ୍ୟା ଖୁବ ସୁନ୍ଦର ଦେଖାଯାଉଥିଲେ। ବଲିଉଡରେ ପାଦ ଦେବା ପୂର୍ବରୁ ତାଙ୍କର ଏହି ଫଟୋ ଉଠାଯାଇଥିଲା।

୯୦ ଦଶକରେ ଦିବ୍ୟା ଭାରତୀ ବହୁତ ଫେମସ ଥିଲେ। ସେହି ସମୟରେ ଅଧିକାଂଶ ଦର୍ଶକଙ୍କ ଦିଲ୍‌ରେ ରାଜ କରୁଥିଲେ ଦିବ୍ୟା । ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଥିଲେ ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀ।

୧୦ ଦଶକର ହିଟ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କ ଏହି ଫଟୋ ଦେଖି ଜାଣିହେବ ଯେ, ପ୍ରକୃତରେ ସେ କେତେ ସୁନ୍ଦର। ୧୬ ବର୍ଷ ବୟସରେ ମଧ୍ୟ ସେ ପରୀ ଭଳି ଦେଖାଯାଉଥିଲେ। ମାଧୁରୀ ଯେବେ ବି ପରଦାକୁ ଆସନ୍ତି ଧମାଲ କରନ୍ତି। ତାଙ୍କ ଡ୍ୟାନ୍ସ ଓ ଅଭିନୟର ସମଗ୍ର ବିଶ୍ବ ଦିୱାନା।ଅନେକ ଲୋକ ତାଙ୍କ ସ୍ମାଇଲକୁ ବହୁତ ପସନ୍ଦ କରନ୍ତି। 

   Related Posts