Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଡ୍ରଗ୍ସ ରାକେଟ୍‌ର ମାଷ୍ଟର ମାଇଣ୍ଡ ହେଉଛନ୍ତି ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା, ୩ ବଡ ତାରକାଙ୍କୁ ସମନ ଜାରି କରିବ ଏନସିବି

30/09/2020 at 10:57 PM

ମୁମ୍ବାଇ ୩୦।୦୯: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ଗିରଫଦାରୀ ପରେ ବିଗତ ଦିନରେ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଏନସିବି ଜେରା କରିଥିଲା। ଏବେ ଆଉ ଜଣେ ବଡ ତାରକାଙ୍କ ନାମ ସାମ୍ନାକୁ ଆସିଛି। କୁହାଯାଉଛି ଏହି ପୂରା ଡ୍ରଗ୍ସ ରାକେଟ୍‌ ପଛରେ ଜଣେ ପ୍ରସିଦ୍ଧ ଅଭିନେତା ରହିଛନ୍ତି ଏବଂ ଏହାର ମାଷ୍ଟର ମାଇଣ୍ଡ। ଏହା ବ୍ୟତୀତ ଏହି ଅଭିନେତାଙ୍କ ବିଷୟରେ ଆଉ କିଛି ସୂଚନା ଏନସିବିକୁ ମିଳିଛି।

ଏନସିବି ସୂତ୍ର ଅନୁଯାୟୀ, ଡ୍ରଗ୍ସ ରାକେଟ୍‌ ପଛରେ ଜଣେ ପ୍ରସିଦ୍ଧ ବଲିଉଡ ଅଭିନେତା ମାଷ୍ଟର ମାଇଣ୍ଡ। ଏହି ଅଭିନେତା ପୂର୍ବରୁ ଜଣେ ସୁପର ମୋଡେଲ୍ ମଧ୍ୟ ରହି ସାରିଛନ୍ତି। ଗିରଫ ହୋଇଥିବା ଅନେକ ଡ୍ରଗ୍ସ ମାଫିଆ ଜେରା ବେଳେ ଉକ୍ତ ଅଭିନେତାଙ୍କ ନାମ କହିଥିଲେ। ଘଟଣାର ଯାଞ୍ଚ କରୁଥିବା ଏନସିବିକୁ ଜଣା ପଡିଛି ଯେ,  ଡ୍ରଗ୍ସ ରାକେଟ୍‌ରେ ମାଷ୍ଟର ମାଇଣ୍ଡ ଥିବା ଅଭିନେତା ଡ୍ରଗ୍ସ ଯୋଗାଉଥିବା ଅନେକ ଲୋକଙ୍କ ଯୋଗାଯୋଗରେ ଥିଲେ। ସେ ଇଣ୍ଡଷ୍ଟ୍ରୀରେ ଅନେକ ଲୋକଙ୍କୁ ଡ୍ରଗ୍ସ ଯୋଗାଉଥିଲେ।

ଏନସିବି ଏହି ମାମଲାରେ ଆହୁରି ସୂଚନା ଏକତ୍ର କରୁଛି। ଅନ୍ୟପଟେ ଏନସିବିକୁ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ପଚରା ଉଚୁରା ବେଳେ ନୂତନ ସୂଚନା ମିଳିଥିଲା। ଏବେ ଏନସିବି ଖୁବ୍ ଶୀଘ୍ର ବଲିଉଡର ୩ ବଡ ତାରକାଙ୍କୁ ସମନ ଜାରି କରିବ।

   Related Posts