ଯାଜପୁରରେ ହେବନି ବାରୁଣୀ ମେଳା, ସଂକ୍ରମଣ ବୃଦ୍ଧି ଯୋଗୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

Published By : Prameya-News7 Bureau | April 05, 2021 IST

ଯାଜପୁର ୦୫/୦୪ : ଯାଜପୁରରେ ଚଳିତ ବର୍ଷ ହେବନି ବାରୁଣୀ ମେଳା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ବର୍ଷ ଯାଜପୁରରେ ପ୍ରସିଦ୍ଧ ବାରୁଣୀ ମେଳାକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ।

ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନମାନଙ୍କ​‌ରେ କଟକଣା ଲାଗୁ କରାଯାଉଛି । ଏହି କ୍ରମରେ ଯାଜପୁରରେ ହେବାକୁ ଥିବା​‌ ପ୍ରସିଦ୍ଧ ବାରୁଣୀ ମେଳାକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.