କେବେ ରାସ୍ତାରେ ବାଦାମ ବିକୁଥିଲେ ଏହି ସୁପରଷ୍ଟାର , ଏବେ ତାଙ୍କ ପାଇଁ ଝିଅ ହେଉଛନ୍ତି ପାଗଳ

Published By : Prameya-News7 Bureau | October 18, 2019 IST

ମୁମ୍ବାଇ୧୮|୧୦: ଭାଗ୍ୟ କେତେବେଳେ କାହାର ବଦଳିବ ତାହା କାହାକୁ ଜଣାନଥାଏ।କେବେ କିଏ ପରିଶ୍ରମ କରି ଜୀବନରେ ଆଗକୁ ବଢେ ତ କାହାର ଭାଗ୍ୟ ମଣିଷକୁ ଆଗକୁ ବଢାଏ।ବାଙ୍ଗଲାଦେଶର ଏହି ସୁପରଷ୍ଟାରଙ୍କ ସହ ଠିକ୍‌ ଏହିଭଳି ଏକ ଘଟଣା ହୋଇଛି ।ଏହି ଅଭିନେତା ଅଲୋମ ନାଁରେ ପରିଚିତ।ଗୋଟେ ସମୟ ଥିଲା ଯେବେ ସେ ଚଣା ବିକ୍ରି କରି ନିଜ ଜୀବନ କାଟୁଥିଲେ। କିନ୍ତୁ ଆଜି ଦିନରେ ଝିଅମାନେ ତାଙ୍କ ସହ ଫଟୋ ଉଠାଇବା ପାଇଁ ପାଗଳ ହୁଅନ୍ତି।   

{"id":171392,"width":572,"height":572}

ଅଭିନେତା ଅଲୋମଙ୍କୁ ପିଲାବେଳୁ ଅଭିନୟ କରିବାର ଆଗ୍ରହ ଥିଲା। ହେଲେ ତାଙ୍କ ପରିବାରର ସ୍ଥିତି ବହୁତ ଖରାପ ଥିଲା। ପରିବାର ଚଳାଇବା ପାଇଁ ତାଙ୍କ ବାପା ବାଦମ ଓ ମିକ୍ସଚର ବିକ୍ରି କରୁଥିଲେ। ଅଲୋମଙ୍କ ପୁରା ନାଁ ହେଉଛି ଅଶରଫୁଲ ଆଲମ ସଇଦ।ଅଲୋମ ୧୦ ବର୍ଷର ଥିଲା ବେଳେ ତାଙ୍କ ବାପା ଘର ଛାଡି ଚାଲିଯାଇଥିଲେ। ଅଲୋମ ବଡ ହେବା ପରେ ସେ ଜାଣିଲେ ଯେ, ତାଙ୍କ ପରିବାର ଚଳାଇବା ବହୁତ କଷ୍ଟ।ଧୀରେ ଧୀରେ ସମସ୍ୟା ବଢୁଥିଲା।ଅଲୋମଙ୍କ ମାଆଙ୍କୁ ଛାଡି ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ।

{"id":171389}

ତେଣୁ ଘର ଚଳାଇବା ପାଇଁ ଅଲୋମ ବାଦାମ ବିକ୍ରି କରିବା ଆରମ୍ଭ କରିଲେ। ସେବେଠୁ ସେ ଆଗକୁ ବଢିବା ଆରମ୍ଭ କରିଥିଲେ।କୌଣସି କାମ ଛୋଟ ନଥାଏ, ଏହା ଭାବି ସେ ନିଜର ଭିଡିଓ ତିଆରି କରିବାକୁ ଚେଷ୍ଟା କଲେ। ବାଦାମ ବିକ୍ରି କରିବା ପରେ ସେ ପ୍ରତିଦିନ ଶୁଟିଂ ସାଇଟ୍‌କୁ ଯାଆନ୍ତି ଓ ସମସ୍ତଙ୍କୁ ଭଲ ଭାବେ ଦେଖନ୍ତି।ପରେ ତାଙ୍କ ଭାଗ୍ୟ ବଦଳିଗଲା ଓ ସେ ଷ୍ଟାର ହୋଇଗଲେ।ଏବେ ସେ ବାଙ୍ଗଲାଦେଶର ରଜନୀକାନ୍ତ ଭାବେ ପରିଚିତ। ଅଲୋମଙ୍କ ୟୁଟ୍ୟୁବ ଚ୍ୟାନେଲ ସମଗ୍ର ଭାରତରେ ମଧ୍ୟ ପ୍ରସିଦ୍ଧ। ତାଙ୍କର ଅଗଣିତ ସଂଖ୍ୟାର ଦର୍ଶକ ତାଙ୍କ ଭିଡିଓ ଦେଖିବା ପସନ୍ଦ କରନ୍ତି। ଫ୍ୟାନ୍ସ ତାଙ୍କ ଭିଡିଓ ପୋଷ୍ଟ ହେବା ଅପେକ୍ଷାରେ ଥାନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.