Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରସିଦ୍ଧ ଜ୍ୟୋତିଷବିତ୍ ବେଜନ ଦାରୁଓ୍ଵାଲାଙ୍କ ପରଲୋକ, ମୋଦୀଙ୍କ ବିଜୟଠୁ ନେଇ ରାଜୀବଙ୍କ ହତ୍ୟା ପର୍ଯ୍ୟନ୍ତ କରିଥିଲେ ସଠିକ୍ ଭବିଷ୍ୟବାଣୀ

29/05/2020 at 8:26 PM

ଗାନ୍ଧିନଗର ୨୯।୦୫: ପ୍ରସିଦ୍ଧ ଜ୍ୟୋତିଷବିତ୍‌ ବେଜନ ଦାରୁଓ୍ଵାଲାଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗୁଜରାଟର ଗାନ୍ଧିନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନା ଭାଇରସ୍‌ର ପ୍ରାଥମିକ ଲକ୍ଷଣ ପରେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ବିଜୟ ରୂପାନୀ ଟୁଇଟ୍ କରି ପ୍ରସିନ୍ଧ ଜ୍ୟୋତିଷବିତ୍‌ ବେଜନ ଦାରୁଓ୍ଵାଲାଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ମୁଁ ଦିବଗନ୍ତଙ୍କ ଆତ୍ମା ପାଇଁ ପ୍ରାର୍ଥନା କରୁଛି। ତାଙ୍କ ପରିଜନ ପ୍ରତି ମୋର ସମବେଦନା ରହିଛି। ବେଜନ ଦାରୁଓ୍ଵାଲାଙ୍କ ଜନ୍ମ ୧୯୩୧ ଜୁଲାଇ ୧୧ରେ ହୋଇଥିଲା। ନିଜର ସଠିକ୍ ଭବିଷ୍ୟତବାଣୀ ପାଇଁ ସେ ପ୍ରସିଦ୍ଧ ଥିଲେ।

ବେଜନ ଦାରୁଓ୍ଵାଲାଙ୍କ ଅନେକ ଭବିଷ୍ୟତବାଣୀ ଆଜି ବି ଲୋକଙ୍କ ମନରେ ରହିଛି। ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁର ଭବିଷ୍ୟବାଣୀ ମଧ୍ୟ ବେଜାନ ଦାରୁଓ୍ଵାଲା କରିଥିଲେ। ଏହା ବ୍ୟତୀତ ରାଜନୀତି ସମ୍ଵନ୍ଧିତ ଅନେକ ସଠିକ୍ ଭବିଷ୍ୟବାଣୀ ସେ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ବିଜୟ, ମୋରାଜ ଦେଶାଇ ଓ ନରେନ୍ଦ୍ର ମୋଦୀଙ୍କ ବିଜୟର ମଧ୍ୟ ସେ ସଠିକ୍ ଭବିଷ୍ୟବାଣୀ କରିଥିଲେ। ଏପରିକି ରାଜୀବ ଗାନ୍ଧୀଙ୍କ ଗୁପ୍ତହତ୍ୟାର ମଧ୍ୟ ସେ ଭବିଷ୍ୟବାଣୀ କରିଥିଲେ।

ଏପରିକି କାରଗିଲ୍ ଯୁଦ୍ଧଠୁ ନେଇ ଗୁଜରାଟ ଭୂମିକମ୍ଫ ପରି ଅନେକ ଭବିଷ୍ୟତବାଣୀ କରିଥିଲେ ଦାରୁଓ୍ଵାଲ। ୨୦୦୪ରେ କଂଗ୍ରେସ କ୍ଷମତାକୁ ଆସିବା ପୂର୍ବରୁ ସେ କହିଥିଲେ ଯେ, ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ହେବେ। ବେଜନ ଦାରୁଓ୍ଵାଲା ୨୦୧୯ ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ଭବିଷ୍ୟତବାଣୀ କରିଥିଲେ।

ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ଏନଡିଏ ନିର୍ବାଚନରେ ବିଜୟୀ ହେବ। ସେ ନରେନ୍ଦ୍ର ମୋଦୀଙ୍କ ବିଜୟ  ଭବିଷ୍ୟତବାଣୀ କରିଥିଲେ।

   Related Posts