Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

୪୧ବର୍ଷ ବୟସ୍କ ପ୍ରସିଦ୍ଧ ପେଣ୍ଟର ରାମ ଇନ୍ଦ୍ରନୀଲ କାମତଙ୍କ ପରଲୋକ : ବାଥଟବରୁ ଉଦ୍ଧାର ହେଲା ମୃତଦେହ

20/08/2020 at 10:47 AM

ମୁମ୍ବାଇ ୨୦/୮: ଲୋକପ୍ରିୟ ଚିତ୍ରଶିଳ୍ପୀ ରାମ ଇନ୍ଦ୍ରନୀଲ କାମତଙ୍କ ପରଲୋକ ହୋଇ ଯାଇଛି। ତାଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘରର ବାଥଟବରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ମୁମ୍ବାଇର ମାଟୁଙ୍ଗାରେ ରହୁଥିଲେ। ପୋଲିସ୍ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଛି। ପୋଲିସ୍ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି।

 ପୋଲିସକୁ ଘଟଣାସ୍ଥଳରୁ ସୁଇସାଇଡ ନୋଟ୍ ମଧ୍ୟ ମିଳିଛି। କୁହାଯାଉଛି ଯେ କାମତ ନିଜ ସୁଇସାଇଡ ନୋଟରେ କାହାକୁ ବି ଏହି ଘଟଣା ପାଇଁ ଦୋଷୀ କହି ନାହାନ୍ତି। ପୋଲିସ୍ ଇନ୍ଦ୍ରନୀଲ କାମତଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟଙ୍କୁ ପଚରାଉଚୁରା କରୁଛି। ସୂଚନା ମିଳିଥିଲା ଯେ ରାମ କାମତ ଦୀର୍ଘ ଦିନରୁ ମାନସିକ ଅବସାଦରେ ଥିଲେ ଏବଂ ଲକଡାଉନରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ରାମଙ୍କୁ ମାତ୍ର ୪୧ବର୍ଷ ହୋଇଥିଲା। ସେ ନିଜ ମାଆଙ୍କ ସହ ରହୁଥିଲେ।

 ପେଶାଗତଭାବେ ରାମ ଜଣେ ଆର୍ଟିଷ୍ଟ ହେବା ସହ ଫଟୋଗ୍ରାଫର ମଧ୍ୟ ଥିଲେ। ତାଙ୍କ ଗ୍ଲାସ୍ଓ୍ବାର୍କ ପେଣ୍ଟିଂ ମୁମ୍ବାଇର ଆର୍ଟ ସର୍କିଟରେ ଖୁବ୍ ପ୍ରସିଦ୍ଧ ଥିଲା। ସେ ମାଇଥୋଲୋଜିଷ୍ଟ ମଧ୍ୟ ଥିଲେ। ସେ ନିଜକୁ ମହାଲକ୍ଷ୍ମୀଙ୍କ ସବୁଠୁ ଗେହ୍ଲା ପୁଅ କହୁଥିଲେ। ରାମ ଇନ୍ଦ୍ରନୀଲ କାମତଙ୍କ ପରଲୋକରେ ତାଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟ ସ୍ତବ୍ଧ ଅଛନ୍ତି।

କରୋନା କାଳରେ ଅନେକ ସେଲିବ୍ରିଟିମାନେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇଛନ୍ତି। ଏଥିରେ ଟିଭି ଜଗତ ଏବଂ ଫିଲ୍ମ ଜଗତର ଷ୍ଟାର ମଧ୍ୟ ସାମିଲ ଅଛନ୍ତି।

  

  

 

 

 

   Related Posts