Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଚୋରା ମଦ ମାଫିଆଙ୍କ ଆକ୍ରମଣ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର

24/09/2021 at 5:01 PM

ଭଦ୍ରକ ୨୪।୯: ଚୋରା ମଦ ମାଫିଆଙ୍କ ଆକ୍ରମଣରେ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ମାଫିଆଙ୍କ ରାଜ୍ ବଢିବାରେ ଲାଗିଲାଣି । ଏମିତିକି ଅବକାରୀ ଅଧିକାରୀଙ୍କୁ ଚୋରା ମଦ ବେପାରୀ ଠିକଣା କହୁଥିବା ସନ୍ଦେହରେ ଆକ୍ରମଣ କରିବାକୁ ପଛାଉନାହାନ୍ତି ମାଫିଆ ।

ସୂଚନାଯୋଗ୍ୟ ଯେ, ବାସୁଦେବପୁର ବ୍ଲକ୍ ଆରୁହା ଗ୍ରାମପଞ୍ଚାୟତ ଭାଗପୁର ଗ୍ରାମର ଯୁବକ ଗତ କିଛି ଦିନ ହେବ ସନ୍ଧ୍ୟା ସମୟରେ ବ୍ରାହ୍ମଣ ଗାଁରୁ ଫେରୁଥିବା ବେଳେ ଏକ ପାନ ଦୋକାନ ପାଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ଧମକ ଦେଇଥିଲେ । ରବୀନ୍ଦ୍ର ପ୍ରତିବାଦ କରିବାରୁ ଚୋରାମଦ ବେପାରୀ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି । ଦୋଷୀ ବାହାରେ ବୁଲୁଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ, ଏସପି ଅଫିସ୍ ଆସି ଅଭିଯୋଗ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ଦେବାପାଇଁ ଦାବି କରିଛନ୍ତି ।

   Related Posts