ପରିବାରକୁ ସଂଘବଦ୍ଧ ଆକ୍ରମଣ, ସୁରକ୍ଷା ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କ ଦ୍ବାରସ୍ଥ

Published By : Prameya-News7 Bureau | October 22, 2021 IST

ଖଲ୍ଲିକୋଟ ୨୨।୧୦: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବାଙ୍କି ବେହେରା ସାହିର ଶଙ୍କର ନାୟକଙ୍କ ଘରେ ପଶି ୧୬ ତାରିଖରେ ତାଙ୍କୁ  ଓ ତାଙ୍କ ପରିବାର ଉପରେ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପରିବାରଙ୍କୁ ସୁରକ୍ଷା ପ୍ରଦାନ ନେଇ ଉକ୍ତ ପରିବାରର ସମସ୍ତ ସଦସ୍ୟ ଗଞ୍ଜାମ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଉକ୍ତ ପରିବାରର ସମସ୍ତ ସଦସ୍ୟ ଛତ୍ରପୁର ଆସି ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ଏସପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିଜେ ଯାଇ ତଦନ୍ତ କରିବି ଏବଂ ଯିଏ ବି ଏଥିରେ ସମ୍ପୃକ୍ତ ଥିବା ତଦନ୍ତରେ ଜଣାପଡିବ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସିପି କହିଛନ୍ତି ।

{"id":531330,"sizeSlug":"full","linkDestination":"none"}

ଏମାନଙ୍କ କହିବା ଅନୁଯାୟୀ, ପୂର୍ବ ଶତ୍ରୁତାକୁ ନେଇ ୧୬ତାରିଖ ସନ୍ଧ୍ୟାରେ ଶଙ୍କର ନାୟକଙ୍କ ଘରେ କେତେକ ଦୁର୍ବୃତ୍ତ ପଶି ତାଙ୍କୁ ଆକ୍ରମଣ ସହ ତାଙ୍କ ବାପା ବାବୁ ନାୟକ ଓ ଭାଇ ଶିବ ନାୟକଙ୍କୁ ଖଣ୍ଡା ଦ୍ବାରା ଆକ୍ରମଣ କରିଥିଲେ । ଏମାନଙ୍କୁ ଚିକିତ୍ସା ଲାଗି କବିସୂର୍ଯ୍ୟନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣ ବେଳେ ହସ୍ତକ୍ଷେପ କରିବାରୁ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଶିବ ଏବେ ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଅତିରିକ୍ତ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆକ୍ରମଣ ବେଳର ସମସ୍ତ ସିସିଟିଭି ଫୁଟେଜ ମଧ୍ୟ ଅତିରିକ୍ତ ଏସପିଙ୍କୁ ପରିବାରବର୍ଗ ଦେଖାଇଥିଲେ । ଏନେଇ ଆହତ ଶଙ୍କରଙ୍କ ପକ୍ଷରୁ କବିସୂର୍ଯ୍ୟଗର ଥାନାରେ ଏତଲା ଦିଆଯାଇଥିଲା । ଏଥିରେ ୬ ଜଣଙ୍କ ନାଁ ଉଲ୍ଲେଖ ରହିଥିଲେ ହେଁ ମାତ୍ର ୨ ଜଣଙ୍କ ଉପରେ ସାମାନ୍ୟ ଦଫା ଲଗାଇ ପୋଲିସ ଗିରଫ କରିଥିଲା ବୋଲି ଅଭିଯୋଗ ହୋଇଛି । ଏପରିକି ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ନେଇନଥିଲା ବୋଲି ଅତିରିକ୍ତ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତଙ୍କ ସହ ସମସ୍ତଙ୍କୁ ଗିରଫ କରାଯିବା ସହ ସୁରକ୍ଷା ଯୋଗାଇଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.