ରାଜ୍ୟରେ ୩ କୋଟି ଟିକାକରଣ ସରିଲାଣି : ପରିବାର କଲ୍ୟାଣ ନିର୍ଦ୍ଦେଶକ

Published By : Prameya-News7 Bureau | September 30, 2021 IST

ଭୁବନେଶ୍ବର ୩୦।୯: ରାଜ୍ୟର ୧୮୦୦ କେନ୍ଦ୍ରରେ ଟିକାକରଣ ଚାଲିଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୩ କୋଟି ଟିକାକରଣ ସରିଲାଣି । ବର୍ତ୍ତମାନ ଦୈନିକ ୪ ଲକ୍ଷ ଭାବରେ ଟିକା ଦିଆଯାଉଛି । ଦ୍ବିତୀୟ ଡୋଜ୍ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି । ସେମାନେ ଟିକା କେନ୍ଦ୍ରରେ କିଭଳି ଦ୍ବିତୀୟ ଡୋଜ୍ ଟିକା ନେବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ମୋଟ୍ ହିତାଧିକାରୀଙ୍କ ମଧ୍ୟରୁ ୭୧ ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ହୋଇଛି।  ଦ୍ବିତୀୟ ଡୋଜରେ ୭୨ ପ୍ରତିଶତ ଟିକା ନେଇଛନ୍ତି। ୧ ଲକ୍ଷ ୮୯ ହାଜର ଗର୍ଭବତୀ ମହିଳାଙ୍କୁ  ଟିକାକରଣ କରାଯାଇଛି । ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.