Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ନବ ଦମ୍ପତିଙ୍କୁ ଡଠାଇ ନେଇ ଗାଁ ଛକରେ ହାଣି ମାରିଦେଲେ ପରିବାର ଲୋକେ, ଝିଅର ଦାଦା, ଭାଇଙ୍କ ସହ ୧୬ ଜଣଙ୍କ ନାଁରେ ମାମଲା

18/10/2021 at 10:35 PM

ଲୁଧିଆନା ୧୮/୧୦:  ବିଭତ୍ସ, ହୃଦୟ ବିଦାରକ ଏବଂ ଲୋମହର୍ଷଣକାରୀ ।  ‘ଅନର  କିଲିଂ’ର ଆଉ ଏକ ବିଭତ୍ସ  ଘଟଣା ସାମ୍ନାକୁ ଆସିଛି । ମିଛ ସମ୍ମାନ ପାଇଁ ନବ ବିବାହିତ ଦମ୍ପତିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ପରିବାର ଲୋକେ । ଉଭୟଙ୍କ ଜାତି ସମାନ ଥିଲା କିନ୍ତୁ ଆଭିଜାତ୍ୟରେ ସାମାନ୍ୟ ଫରକ ପାଇଁ ପରିବାର ଲୋକେ ଭୁଲି ଗଲେ ସମ୍ପର୍କ। ଭଲ ପାଇଛ ଉଚିତ ଶିକ୍ଷା ପାଇବ ବୋଲି କହିବା ସହ ଛୁରୀ, କୁରାଢ଼ୀ, ଖଣ୍ଡାରେ ହାଣି ହାଣି ମାରିଦେଲେ ଦୁଇ ନୀରିହ ପ୍ରେମୀ ଯୁଗଳଙ୍କୁ। ଏବେ ଏବେ ବାହା ହୋଇଥିଲେ । କେତେ କଣ ସ୍ବପ୍ନ ଦେଖିଥିଲେ। ହୁଏତ ସ୍ବପ୍ନ ଦେଖିବା ଆରମ୍ଭ ହୋଇଥିଲା ମାତ୍ର । କିନ୍ତୁ ସବୁ ସ୍ବପ୍ନ ଏବଂ ଭଲ ପାଇବା ଗୋଟିଏ ରାତିରେ ମିଛ ସମ୍ମାନ ଏବଂ ଆଭିଜାତ୍ୟର ଢ଼ାଲ ଭିତରେ ସବୁ ଦିନ ପାଇଁ ଦବି ହୋଇ ରହିଗଲା।

ଝିଅ ଘର ଲୋକେ ଜମିଦାର ଥିଲେ ଏବଂ ପୁଅର ବାପା ତାଙ୍କ ଘରେ ମାଳି ଭାବେ କାମ କରୁଥିଲେ। ଅବଶ୍ୟ ସେ ଆଉ ନାହାନ୍ତି। କିନ୍ତୁ ଜମିଦାର ପରିବାର ପାଖରେ ତାଙ୍କର ମୂଲ୍ୟ କେବଳ ଜଣେ ତୁଚ୍ଛ ମାଳି ଭାବେ ରହିଯାଇଛି। ଜମିଦାର ଝିଅକୁ ମାଳିର ପୁଅ ସାଙ୍ଗେ ଭାବ ହୋଇଛି। ଆଉ ତାପରେ ପ୍ରେମ ପୁଣି ପରେ ବିବାହ। କିନ୍ତୁ ଏକଥା ଝିଅର ପରିବାରକୁ ମୋଟେ ଭଲ ଲାଗି ନାହିଁ। ମିଛ ଆଭିଜାତ୍ୟର ଆଢ଼ୁଆଳରେ ନିଜର ଝିଅ ଖୁସିକୁ ବି ଦେଖିପାରିଲେନି ପରିବାର ଲୋକେ। ଶେଷରେ ଝିଅର ନିଜ ଦାଦା, ଭାଇମାନେ ମିଶି ଦମ୍ପତିଙ୍କୁ ବିଚ୍‌ ଛକ ଉପରେ ବିଭତ୍ସ ହତ୍ୟା କରିବା ସହ ଫିଙ୍ଗି ଦେଇଛନ୍ତି। 

ଏ ଘଟଣା ପଞ୍ଜାବର ଫଜିଲକା ଜିଲ୍ଲାରେ ଘଟିଛି । କିନ୍ତୁ ଏମିତି ଏକ ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି। ଏନେଇ ମୃତ ମହିଳାଙ୍କ ନିଜ ଭାଇ  ଥାନରେ ଏତଲା ଦେଇଛନ୍ତି। ମୋଟ ୧୬ ଜଣଙ୍କ ନାଁରେ ଏତଲା ହୋଇଥିବା ବେଳେ ଲିଷ୍ଟରେ ମହିଳାଙ୍କ ଦାଦା, ଦାଦା ପୁଅ ଭାଇମାନଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି । ମିଳିଥିବା ସୂଚନା ଅନୁସାରେ ରୋହତାଶ ସିଂହ (୨୫) ଏବଂ ସୁମନ (୨୩) ଅକ୍ଟୋବର ପହିଲାରେ ଚଣ୍ଡିଗଡ଼ରେ ବିବାହ କରିଥିଲେ। କିନ୍ତୁ ଏ ବିବାହ ସୁମନଙ୍କ ପରିବାରକୁ ପସନ୍ଦ ନଥିଲା।

ତାପରେ ଦମ୍ପତି ରୋହତାଶର ଭଉଣୀ ମମତାଙ୍କ ଘରେ ରହୁଥିଲେ। କିନ୍ତୁ ରବିବାର ଅପରାହ୍ଣରେ ଅଭିଯୁକ୍ତମାନେ ମମତାଙ୍କ ଘରେ ପଶି ନବବିବାହିତ ଦମ୍ପତିଙ୍କୁ ଅପହରଣ  କରିନେଇଥିଲେ। ପରେ ସେମାନଙ୍କୁ  ପାଜିଲକା ଜିଲ୍ଲାର ସପନଓ୍ବାଲି ଗାଁରେ ବିଭତ୍ସ ହତ୍ୟା କରିଥିଲେ। ପୋଲିସର କହିବା ଅନୁଯାୟୀ, ରୋହିତାଶଙ୍କ ବେକ କାଟି ଦେଇଥିଲେ ଏବଂ ସୁମନଙ୍କ ଶରୀରକୁ ବାରମ୍ବାର ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିଲା । ରୋହିତାଶଙ୍କ ଶଳା  ଖୁଖଦେବଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଅପହରଣ, ଜୋର ଜବରଦସ୍ତି ଘରେ ପଶିବା ଆଦି ମାମଲା ରୁଜୁ କରି ତଦନ୍ତ ଚଳାଇଛି।

   Related Posts