Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ଘରଣୀ ଥାଇ ସଉତୁଣୀ ଆଣିବାରୁ ସ୍ୱାମୀ ହେଲା ହଟହଟା : ଥାନାରେ ଗୁଡେଇତୁଡେଇ ପିଟିଲେ ପ୍ରଥମ ସ୍ତ୍ରୀ ଓ ପରିବାର, ଭିଡ଼ିଓ ଭାଇରାଲ୍…

1/08/2020 at 1:42 PM

ପାଟଣା ୦୧।୦୮: ଦ୍ଵିତୀୟ ସ୍ତ୍ରୀ ଆଣି ଫସିଲେ ସ୍ୱାମୀ , ସ୍ୱାମୀଙ୍କୁ ଫାଣ୍ଡି ସମ୍ମୁଖରେ ପୋଲିସ ଆଗରେ ମାଡ଼ । ସ୍ୱାମୀକୁ ପ୍ରଥମ ସ୍ତ୍ରୀ ଓ  ତାର ପରିବାର ଲୋକେ ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ନିଜର ଶଙ୍ଖା ସିନ୍ଦୁର ଭାଗକୁ ସହି ନପାରି ସ୍ତ୍ରୀ ଫାଣ୍ଡି ସମ୍ମୁଖରେ ସ୍ୱାମୀକୁ ମାଡ଼ ମାରିବା ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚାର ଖୁରାକ ଯୋଗାଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତ ସୋନାରୀପଶି ଗ୍ରାମର ପରେଶ ମହାନ୍ତଙ୍କ ଝିଅ ଲକ୍ଷ୍ମୀ ମହାନ୍ତ ବଡ଼ବିଲ ଗ୍ରାମର ସୁରେନ୍ଦ୍ର ମହାନ୍ତଙ୍କ ପୁଅ ଗଣେଶ୍ୱର ମହାନ୍ତ ୬ ବର୍ଷ ପୂର୍ବରୁ ଙ୍କୁ ବିବାହ କରିଥିଲେ।

ଉଭୟଙ୍କ ଗୋଟେ ପୁଅ ଓ ଝିଅ ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ଲକ୍ଷ୍ମୀଙ୍କ ସ୍ୱାମୀ ଗଣେଶ୍ୱର କିଛି ଦିନ ପୂର୍ବରୁ ହରିଚନ୍ଦନପୁର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଆଣି ରଖିବା ପରେ ସ୍ତ୍ରୀ ଏହାକୁ ପ୍ରତିବାଦ କରିଥିଲେ । ଏହାକୁ ନେଇ ସାହାରପଡା ଫାଣ୍ଡିରେ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ । ଗତକାଲି ପୋଲିସ ଉଭୟଙ୍କୁ ଫାଣ୍ଡିକୁ ଡକାଇ ଥିବା ବେଳେ  ଗଣେଶ୍ୱର ଦ୍ୱିତୀୟ ପତ୍ନୀଙ୍କୁ ବିବାହ କରିସାରିଛି । ଏପରି ଜାଣିବା ପରେ ନିଜ ଶଙ୍ଖା ସିନ୍ଦୁର ଭାଗ ହେବା ଦେଖି ସ୍ତ୍ରୀ ସ୍ବାମୀଙ୍କୁ ଫାଣ୍ଡି ଆଗରେ ପୋଲିସ ସମ୍ମୁଖରେ ନିର୍ଧୁମ ଛେଚିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏ ଘଟଣାକୁ ନେଇ ଉଭୟ ପକ୍ଷରୁ ଆପୋସ ବୁଝାମଣା ହୋଇଥିବା ସାହାରପଡା  ଫାଣ୍ଡି ଅଧିକାରୀ ମନହୋର ମହାନ୍ତ ସୂଚନା ଦେଇଛନ୍ତି। କିନ୍ତୁ ଫାଣ୍ଡି ସମ୍ମୁଖରେ ମାଡ଼ ହେବା ଘଟଣାକୁ ନେଇ ଅଞ୍ଚଳରେ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଦେଖନ୍ତି ଭାଇରାଲ୍‌ ଭିଡିଓ…

   Related Posts