ସମ୍ପତି ଆଗରେ ଫିକା ପଡିଲା ସମ୍ପର୍କ, କାକା ପୁଅ ଭାଇକୁ ହାଣିଲା ଭଉଣୀ

Published By : Prameya-News7 Bureau | December 05, 2020 IST

ଘଟଗାଁ ୦୫।୧୨: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କାଳିଆବେଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି । ନିଜ କକା ପୁଅ ଭାଇକୁ ଟାଙ୍ଗିଆରେ ହାଣିଛ ଭଉଣୀ । ଘଟଣାସ୍ଥଳରେ କକା ପୁଅ ଭାଇକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, କାଳିଆବେଡ଼ା ଗାଁର ସାଗୁ ମୁଣ୍ଡାଙ୍କ ପୁଅ ଘନଶ୍ୟାମ ମୁଣ୍ଡାଙ୍କ ସହିତ ବଡ଼ ବାପାଙ୍କ ସହ  ଦୀର୍ଘ ଦିନ ହେଲା ବିବାଦ ଲାଗିରହିଛି । ସମ୍ପତ୍ତିକୁ ନେଇ ପ୍ରତିଦିନ ଝଗଡା ଲାଗିରହିଥିଲା । କିନ୍ତୁ ଗତକାଲି ସଂଧ୍ୟାରେ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇଥିଲା । ବିବାଦରୁ ଉଭୟଙ୍କ ମଧ୍ୟରେ ସାମାନ୍ୟ କଳି ଆରମ୍ଭ ହୋଇଥିଲା । ଏହାପରେ ଏହା ଧିରେ ଧିରେ ଚରମସୀମାରେ ପହଞ୍ଚି ମାରପିଟ୍ ରୂପ ନେଇଥିଲା |  ମାରପିଟ୍ ହେଉ ହେଉ ଘଟଣାସ୍ଥଳରେ ଘନଶ୍ୟାମଙ୍କ ବଡବାପା ଝିଅ ଡୁମୁରି ମୁଣ୍ଡା  ଏକ ଟାଙ୍ଗିଆରେ ନିଜ କାକା ପୁଅ ଘନଶ୍ୟାମଙ୍କୁ ଆକ୍ରମଣ କରିଥିଲେ । ଘନଶ୍ୟାମଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଯାହାଫଳରେ ଘନଶ୍ୟାମ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।  ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଘନଶ୍ୟାମଙ୍କୁ ଗୁରୁତ୍ବର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.