Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ପୈତୃକ ଭିଟାମାଟିରୁ ତଡିଦେଲା ବଡ ଭାଇ, ନ୍ୟାୟ ପାଇଁ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଧରି ବସିଛନ୍ତି ଧାରଣାରେ

5/10/2020 at 7:45 PM

ଆନନ୍ଦପୁର ୫।୧୦: ପୈତୃକ ଭିଟାମାଟିରୁ ତଡିଦେଲା ବଡଭାଇ, ବାପା ମଧ୍ୟ ବଡଭାଇର ସପକ୍ଷରେ । ଏଭଳି ପରିସ୍ଥିତିରେ ଦୀର୍ଘ ୨ବର୍ଷ ହେବ ଦୁଇ ପିଲାଙ୍କୁ ନେଇ ଏଣେ ତେଣେ ମୁଣ୍ଡ ଗୁଞ୍ଜୁଛନ୍ତି ଏହି ଅସହାୟ ଦମ୍ପତି । ସ୍ଥାନୀୟ ଭଦ୍ରଲୋକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପୋଲିସ, ପ୍ରଶାସନ ଏପରିକି ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ନ୍ୟାୟ ପାଇଁ ଆବେଦନ କରିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ । ଫଳରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଆନନ୍ଦପୁର ଉପଖଣ୍ଡ ସୋସ ଥାନା ଅଧିନ କାନପୁର ଗ୍ରାମର ପରେଶ ସେଣଙ୍କ ସାନ ପୁଅ ଜଦୁମଣୀ ସେଣ  ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଧରି ନ୍ୟାୟ ପାଇଁ ଏବେ ଧାରଣାରେ ବସିଛନ୍ତି । ଅଭିଯୋଗ ଅନୁଯାୟୀ ପରେଶଙ୍କ ପୈତୃକ ଜାଗାରୁ ତାଙ୍କ ବଡଭାଇ ନିଜ ଶଳାମାନଙ୍କ ସହ ମିଶି ଦୁଇବର୍ଷ ତଳୁ ଘରୁ ତଡି ଦେଇଛନ୍ତି । ପୈତୃକ ଜମିକୁ ଲାଗି କିଛି ସରକାରୀ ଜମି ମଧ୍ୟ ପରିବାର ଦଖଲରେ ରହିଥିବାବେଳେ ଗାଁ ଲୋକଙ୍କ ଉପସ୍ଥିତିରେ ଭାଗ ବଣ୍ଟା ହୋଇଥିଲା । ହେଲେ ପରେ ବଡଭାଇ ଏହାକୁ ଅସ୍ବୀକାର କରିବା ସହ ଜୋର ଜବରଦସ୍ତ ସାନ ଭାଇକୁ ଘରୁ ତଡି ଦେଇଛନ୍ତି ।  ତେବେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ପରେଶ । ସେପଟେ ଏ ନେଇ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

   Related Posts