Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫନିରେ ଭାଙ୍ଗିଗଲା ଘର, ଅର୍ଦ୍ଧନିର୍ମିତ ମନ୍ଦିରରେ ଆଶ୍ରୟ ନେଇଛନ୍ତି ପରିବାର

27/11/2019 at 12:55 PM

ଚୌଦ୍ବାର ୨୭।୧୧: ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ଅଣଦେଖା ଯୋଗୁଁ ଗୋଟିଏ ପରିବାର ଏବେ ଅର୍ଦ୍ଧନିର୍ମିତ ମନ୍ଦିରରେ ଆଶ୍ରୟ ନେଇଛନ୍ତି । ସରକାରଙ୍କ ସବୁ ଯୋଜନା ଓ ସହାୟତା ଏମାନଙ୍କ ପାଇଁ ଅପହଞ୍ଚ ହୋଇପଡିଛି । କଟକ ଜିଲ୍ଲା ଟାଙ୍ଗି ଚୌଦ୍ବାର ବ୍ଲକ୍ କଂହେଇପୁର ପଂଚାୟତ ବରପଦା ଗ୍ରାମର ପ୍ରମିଳା ମହାରଣାଙ୍କ କ୍ଷେତ୍ରରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଗତ ଫନି ବାତ୍ୟାରେ ପ୍ରମିଳାଙ୍କ ଆଜବେଷ୍ଟସ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ତାଙ୍କ ସ୍ବାମୀ ପ୍ରହ୍ଲାଦ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତିନି ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର । ଘର ଭାଙ୍ଗିଯିବା ପରେ ସେମାନେ ବାସହୀନ ହୋଇଯାଇଥିଲେ।

କିଛିଦିନ ଖୋଲା ଆକାଶ ତଳେ ରହିବା ପରେ ଗ୍ରାମବାସୀମାନେ ସେମାନଙ୍କୁ ଘର ନିକଟରେ ଅର୍ଦ୍ଧନିର୍ମିତ ମନ୍ଦିରରେ ଆଶ୍ରୟ ନେବାକୁ ଅନୁମତି ଦେଇଥିଲେ । ସେବେଠାରୁ ମନ୍ଦିର ସେମାଙ୍କ ଘର ପାଲଟିଛି । ବାରମ୍ବାର ପ୍ରଶାସନ ଓ ସ୍ଥାନୀୟ ପଂଚାୟତରେ ଜଣାଇ ଥିଲେ ମଧ୍ୟ ସେମାନଙ୍କୁ ଫନି ବାତ୍ୟା ଘରଭଙ୍ଗା ସହାୟତା ଟଙ୍କା ମିଳିନଥିଲା । ଏଥିପାଇଁ ବାଧ୍ୟ ହୋଇ ପ୍ରମିଳା ତାଙ୍କ ବଡ଼ ବୋହୂଙ୍କୁ ବାପଘରକୁ ପଠାଇ ଦେଇଥିଲେ।

ଗ୍ରାମର ଫନିରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ମିଳିଥିଲା ବେଳେ ପ୍ରମିଳାଙ୍କୁ ଏବେଯାଏଁ ମିଳିଲାନି । ଏ ବିଷୟରେ ଟାଙ୍ଗି ଚୌଦ୍ବାର ବିଡ଼ିଓ ବିନୋଦ ସେନାପତି ଏହା ରାଜସ୍ବ ବିଭାଗର କାମ ବୋଲି କହିଛନ୍ତି । ସେହିପରି ଉଛପଦା ରାଜସ୍ବ ନିରୀକ୍ଷକ ମଧ୍ୟ କିଛି କହିନଥିବା ଜଣାପଡିଛି ।

   Related Posts