Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଇଞ୍ଜିନିୟରିଂ ଛାତ୍ରୀଙ୍କ ସୁଇସାଇଡ ମାମଲାରେ ଟ୍ବିଷ୍ଟ : ‘ବୟଫ୍ରେଣ୍ଡ ନୁହେଁ କଲେଜ ଦାୟୀ’ ବୋଲି କହିଲେ ପରିବାର ଲୋକେ

4/01/2020 at 1:10 PM

ଭୁବନେଶ୍ବର ୪/୧: ‘ମୋ ଝିଆରୀକୁ ୪ମାସ ତଳେ ହଷ୍ଟେଲରୁ ବିଦା କରିଦେଲେ। ନିଶା ସେବନ କରୁଛି ବୋଲି ଦୋଷ ଲଦିଲେ। ତା’ପରଠୁ ଝିଅ ଆମର ଭାଙ୍ଗି ପଡ଼ିଲା। ସବୁବେଳେ ଫୋନ୍ କରି କାନ୍ଦୁଥିଲା। କଲେଜ ଯିବାକୁ ଲାଜ ଲାଗୁଛି ବୋଲି କହୁଥିଲା। ଏ କଲେଜ କର୍ତ୍ତୃପକ୍ଷଙ୍କ ଯୋଗୁଁ ହିଁ ମୋ ଝିଅର ଜୀବନ ଯାଇଛି। ନହେଲେ ସେ ମାନସିକ ସ୍ତରରେ ବେଶ୍ ଦୃଢ଼ ଥିଲା।’ ଇନଫୋସିଟି ଥାନା ଅଧୀନ ସିଲିକନ୍ କଲେଜର ଇଞ୍ଜିନିୟରିଂ ଛାତ୍ରୀ ଝୁମା ଦେବନାଥଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କ ପିଉସୀ ସୁଧା ମଣ୍ଡଳ ଆଜି କଲେଜ ନାଁରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି। ପ୍ରେମିକର ହରକତ ଯୋଗୁଁ ଝୁମା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବାବେଳେ ଆଜି ତାଙ୍କ ପରିବାର ଲୋକଙ୍କ ଏମିତି ଅଭିଯୋଗ ଘଟଣାର ମୋଡ଼ ବଦଳାଇ ଦେଇଛି।

ଝୁମାଙ୍କ ପରିବାର ଲୋକ ଆଜି ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ଝୁମା ପଢ଼ୁଥିବା ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ସେପଟେ ଝୁମାଙ୍କ ପୁରୁଷବନ୍ଧୁ ରାହୁଲ ରଞ୍ଜନ ପୋଲିସଙ୍କୁ କହିଛନ୍ତି ଯେ ‘ଆମ ଭିତରେ ସେମିତି କେବେ ବି ବଡ଼ ଝଗଡ଼ା ହୋଇନି। ଝୁମା ମୋର ଭଲ ସାଙ୍ଗ ଥିଲା। ପୂରା ଷ୍ଟ୍ରଙ୍ଗ୍ ଥିଲା। ମନୋମାଳିନ୍ୟ ପାଇଁ ସେ ଏମିତି କେବେ ବି କରିବନି।’

ପୋଲିସ୍ ଆଜି ଝୁମା ରହୁଥିବା ରୁମରୁ ଏକ ଲାପଟପ୍,ଡାଏରୀ,ଚିଠିରେ ଲେଖାଥିବା ଗୀତ ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ଜବତ କରିଛି। ଏଥିରୁ ଘଟଣା ସମ୍ପର୍କରେ କିଛି ନୂଆ ତଥ୍ୟ ମିଳିବ ବୋଲି ଆଶା ରଖିଛି। ପରିବାର ଲୋକଙ୍କ ଅଭିଯୋଗକ୍ରମେ କଲେଜ କର୍ତ୍ତୃପକ୍ଷଙ୍କୁ ଜେରା ପାଇଁ ଡକାଯିବ ବୋଲି ପୋଲିସ୍ କହିଛି।

ସୂଚନାଯୋଗ୍ୟ ଗତକାଲି ମଧ୍ୟାହ୍ନରେ ଝୁମା ରହୁଥିବା ହଷ୍ଟେଲ୍ ରୁମରେ ଆତ୍ମହତ୍ୟା କରିଥିଲେ। ପୁରୁଷ ବନ୍ଧୁଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିଲା।

   Related Posts