ପାରିବାରିକ କହଳରୁ କରୁଣ ପରିଣତି: ଧାରୁଆ ଅସ୍ତ୍ରରେ ନିଜ ହାତ ପାପୁଲି କାଟି ପଲିଥିନରେ ଧରି ବୁଲିଲେ ଯୁବକ

Published By : Prameya-News7 Bureau | May 22, 2020 IST

ଦିଗପହଣ୍ଡି୨୨/୫: ପାରିବାରିକ କଳହରୁ କରୁଣ ପରିଣତି। ଦିଗପହଣ୍ଡି ଥାନା ଅନ୍ତର୍ଗତ ବି ତୁରୁବିଡି ପଞ୍ଚାୟତ ର ନରେନ୍ଦ୍ରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ପି ସମେଶ୍ୱର୍ ନାମକ ଜଣେ ୨୦ ବର୍ଷ ବୟସ ଯୁବକ ପାରିବାରିକ କଲହକୁ ନେଇ ନିଜେ ନିଜର ଡାହାଣ ହାତ ପାପୁଲିକୁ ଧାରୁଆ କାତିରେ ହାଣି ନିଜର ଶରୀରଠାରୁ ଅଲଗା କରି ଦେଇଛନ୍ତି। ଏବେ ବ୍ୟକ୍ତି ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଯୁବକ ଏମିତି କଲେ ତାହାର ପ୍ରକୃତ କାରଣ ଜଣାପଡି ନାହିଁ। ମିଳିଥିବା ସୂଚନା ଅନୁସାରେ ପାରିବାରିକ କହଳରୁ ଯୁବକ ଜଣଙ୍କ ନିଜକୁ ନିଜ କ୍ଷତାକ୍ତ କରିଥିବା କୁହାଯାଉଛି।

ସୂଚନା ମୁତାବକ, ଯୁବକ ଜଣକ ଶୁକ୍ରବାର ସନ୍ଧ୍ୟାରେ ନିଜ ବାରିପଟେ ବସିଥିବା ସମୟରେ ଯୁବକଙ୍କ ମାଆ ବାରଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ । କିନ୍ତୁ କିଛି ସମୟ ପରେ ଯୁବକ ଜଣକ ନିଜ କଟା ପାପୁଲିକୁ ଏକ ପଲିଥିନରେ ଧରି ବାହାରକୁ ଆସିବା ଦେଖି ମାଆ ଭୟଭୀତ ହୋଇ ବାହାରକୁ ଚାଲି ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଘଟଣାପରେ ଗ୍ରାମର କିଛି ଲୋକଙ୍କ ସହାୟତାରେ ଯୁବକକୁ କାବୁ କରିଥିଲେ । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.