ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ଗଛତଳେ ପାଲ ଟାଣି କ୍ବାରେଣ୍ଟାଇନ୍‌ରେ ରହିଲେ ପରିବାର

Published By : Prameya-News7 Bureau | May 31, 2020 IST

ନୂଆପଡା ୩୧।୫: କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ନୂଆଗାଁ ପଞ୍ଚାୟତର ଲୋହୋଣ୍ଡୋପାଲି ଗାଁରେ ତାର ବ୍ୟତିକ୍ରମ ଦେଖାଯାଇଛି । ଘରର ସୁବ୍ୟବସ୍ଥା ଅଭାବରୁ ଗଛତଳେ ସଂଗରୋଧ ଜୀବନ ବିତାଉଛନ୍ତି ଗୋଟିଏ ପରିବାର । ଏବେ ଅବଧି ସରିବା ପରେ ଗାଁକୁ ଯାଇ ଅଧାଭଙ୍ଗା ଘରେ ରହୁଛନ୍ତି ।

{"id":279145,"sizeSlug":"large"}

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା କୋମନା ବ୍ଲକ୍ ନୂଆଗାଁ ପଞ୍ଚାୟତର ଲୋହୋଣ୍ଡୋପାଲି ଗାଁରେ ଜନୈକ ବ୍ୟକ୍ତି ତାଙ୍କ ମା’ଙ୍କ ସହ ୬ ଜଣ ରାୟଗଡା ଜିଲ୍ଲାରେ ଇଟାଭାଟିରେ କାମ କରୁଥିଲେ । ହେଲେ ମହାମାରୀ କରୋନା ଯୋଗୁଁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା ହୋଇଗଲା । ଯାହାପରେ ସେମାନଙ୍କର କାମଧନ୍ଦା ବନ୍ଦ ହୋଇଗଲା । ହେଲେ ଲକ୍ ଡାଉନ୍ ପାଇଁ ଯାନବାହନ ଚଳାଚଳ ନହେବାରୁ ଅନେକ କଷ୍ଟରେ ନିଜ ଗାଁରେ ପହଞ୍ଚିଥିଲେ ।

{"id":279146,"sizeSlug":"large"}

ଅନ୍ୟ ଜିଲ୍ଲାରୁ ଆସିଥିବାରୁ ହୋମ୍ କ୍ବାରେଣ୍ଟାଇନ୍ ପାଇଁ ସ୍ଥାନୀୟ ସରପଞ୍ଚ ପରାମର୍ଶ ଦେଇଥିଲେ । ହେଲେ ନିଜସ୍ବ ଗୋଟିଏ ଘର ନଥିବାରୁ ହୋମ୍ କ୍ବାରେଣ୍ଟାଇନ୍ ପାଇଁ ସୁ-ବ୍ୟବସ୍ଥା ନଥିବାରୁ ବିଦ୍ୟାଳୟ ଗୃହରେ ରହିବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ । ହେଲେ ନିଜ ବିଲରେ ଗଛତଳେ ଥିବା ଏକ କୁଡିଆରେ ରହିବାକୁ କହି ଜରିପାଲ ଦେଇ ବିଲରେ ଥିବା ଖଳାରେ ଚୁଲି ତିଆରି କରି ହୋମ୍ କ୍ବାରେଣ୍ଟାଇନରେ କଟାଇଛନ୍ତି ।

{"id":279147,"sizeSlug":"large"}

ଗତକାଲି ତାଙ୍କର ସମୟ ସରିଥିବା ବେଳେ ସେମାନେ ନିଜର ଅଧାଭଙ୍ଗା ଘରକୁ ଯାଇ ରହିଛନ୍ତି । ତେବେ ଗତ ବର୍ଷ ମିଳିଥିବା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଥିବା ବେଳେ ତାହା ଅଧାପନ୍ତରିଆ ଭାବରେ ପଡି ରହିଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ ହେଲେ ଘର ସମ୍ପୂର୍ଣ୍ଣ କରିବା ସହ ସୁରକ୍ଷିତ ରହି ପାରିବେ ବୋଲି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.