Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କଂଗ୍ରେସରେ ବାପ-ପୁଅ ଟ୍ରେଣ୍ଡ ଓ ଫାମିଲି ପଲିଟିକ୍ସ: ଭକ୍ତ-ସାଗର, ନରସିଂହ-ସମରେନ୍ଦ୍ର, ହେମାନନ୍ଦ ତନୟା ସୁନୀତା -ଅମିତା

23/03/2019 at 6:50 PM

 ଭୁବନେଶ୍ବର୨୩|୩: ଏଥର ନିର୍ବାଚନରେ ରାଜ୍ୟର ଏକାଧିକ ସ୍ଥାନରେ ଦେଖିବାକୁ ମିଳିବ ଫ୍ୟାମିଲି ପଲିଟିକ୍‌ସ୍‌ । କୋଉଠି ବାପପୁଅ ତ ଆଉ କୋଉଠି ବାପଝିଅ ନିଜ ନିଜ ଦଳର ସବୁ ଆଶାୟୀଙ୍କୁ ପଛରେ ପକାଇ ଟିକେଟ୍‌ କବ୍‌ଜା କରିବାରେ ସଫଳ ହୋଇଛନ୍ତି । ଏମିତିରେ ସଂପୃକ୍ତ ନିର୍ବାଚନ ମଣ୍ଡଳୀରେ ପରିବାରବାଦ ଏବେ ଗୋଟେ ବଡ଼ ମୁଦ୍ଦା ହେବାକୁ ଯାଉଛି ।….

 କଂଗ୍ରେସରେ ଫେରିଛି ବାପପୁଅ ପଲିଟିକ୍ସ ଟ୍ରେଣ୍ଡ୍‌ । ଗୋଟିଏ ପରିବାରରୁ କଂଗ୍ରେସ ଜଣଙ୍କୁ ପ୍ରାର୍ଥୀ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ଦଳର ରାଜ୍ୟ ପ୍ରଭାରୀ । ହେଲେ ଦଳର କିଛି ବଡ଼ ନେତାଙ୍କ ପ୍ରେସର ଏହି ଘୋଷଣାକୁ ନାକାମ୍‌ କରିବାରେ ସକ୍ଷମ ହୋଇଛି ।

ଆମେ ଯଦି ଦେଖିବା ତାହେଲେ ପୁଅ ପାଇଁ ଟିକେଟ୍‌ ଲବିରେ ସଫଳ ହୋଇଛନ୍ତି ଉଭୟ ଭକ୍ତ ଦାସ ଏବଂ ନରସିଂହ ମିଶ୍ର । କଳାହାଣ୍ଡି ଲୋକସଭା ଆସନରୁ ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ପୁଅ ସାଗର ଦାସଙ୍କୁ ମିଳିଛି ଭବାନୀପାଟଣା ବିଧାନସଭା ଟିକେଟ୍‌ ।

ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳରେ ତାଙ୍କର କାଟତି ଜାହିର କରିଛନ୍ତି ଭକ୍ତ ଦାସ ।

ଠିକ୍‌ ସେମିତି ବଲାଙ୍ଗିର କଂଗ୍ରେସ ରାଜନୀତିରେ ଖୁବ୍‌ ଦବଦବା ପେଶ୍‌ କରିଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପୁଅ ପାଇଁ ଟିକେଟ୍‌ ପାଇବାରେ ସଫଳ ହୋଇଛନ୍ତି । ବଲାଙ୍ଗିର ବିଧାନସଭା ଆସନରୁ ପୁଣି ଥରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ର ଆଉ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ମିଳିଛି ସିଧା ଲୋକସଭା ଟିକେଟ୍‌ । ୨୦୧୪ରେ ନରସିଂହ ମିଶ୍ର ନିର୍ବାଚନ ଜିତିବା ପରେ ରାଜନୀତିରେ ଏଣ୍ଟ୍ରି କରିଥିଲେ ପୁଅ ସମରେନ୍ଦ୍ର ମିଶ୍ର । ଆଉ ସେବେଠାରୁ ପୁଅକୁ ପ୍ରୋଜେକ୍ଟ କରିଆସୁଥିଲେ ନରସିଂହ ମିଶ୍ର ।

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପାଞ୍ଚ ଆଙ୍ଗୁଠି ଘିଅରେ ପୂରା ବୁଡ଼ି ଯାଇଛି । ହେମାନନ୍ଦଙ୍କ ଦି ହାତରେ ଏବେ ଲଡୁ ।ଗୋଟେ ଝିଅ ବିଜେଡିରୁ ତ ଆଉ ଆଉଗୋଟେ ଝିଅ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ।

ହେମାନନ୍ଦଙ୍କ ବଡ଼ ଝିଅ ସୁନୀତା ବିଶ୍ବାଳ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେବା ପରେ ସୁନ୍ଦରଗଡ଼ରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସେପଟେ ସାନ ଝିଅ ଅମିତା ବିଶ୍ବାଳ ସୁନ୍ଦରଗଡ଼ ବିଧାନସଭା ଆସନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।

ମାନେ ଅଲଗା ଅଲଗା ଦଳରୁ ହେଲେ ବି ବଡ଼ ଝିଅ ଏମପି ଆଉ ସାନ ଝିଅ ଏମଏଲଏ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ସୁନ୍ଦରଗଡ଼ ସଂରକ୍ଷିତ ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇ ହାରିଥିଲେ ହେମାନନ୍ଦ ।

ହେଲେ ୨୦୧୯ରେ ଦୁଇ ଝିଅଙ୍କୁ ଦୁଇ ଦଳରୁ ଲଢ଼ାଇ ପୁଣି ବାଜି ହାତକୁ ଆଣିବା ଚେଷ୍ଟା​‌ରେ ଅଛନ୍ତି । ରାଜନୀତିରେ ପରିବାରବାଦର ଉଦାହରଣ କିଛି କମ୍‌ ନାହିଁ । ତଥାପି ଏଥର ନିର୍ବାଚନରେ ଏଭଳି କିଛି ସମୀକରଣ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି ।

   Related Posts