Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବାପା-ବିଜେଡି, ଝିଅ-ବିଜେପି ନେତ୍ରୀ : ମନ୍ତ୍ରୀଙ୍କ ବୈଠକରେ ଜମିଲା ରାଜନୀତି, ଭିଡିଓ ଭାଇରାଲ୍

17/07/2021 at 4:00 PM

ମାଲକାନଗିରି ୧୭।୭: ଏକ ସରକାରୀ ବୈଠକରେ ବିଧାୟକ ବାପାଙ୍କ ଉପରେ ବର୍ଷିଲେ ଝିଅ ।  ଶନିବାର ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକ ଚାଲିଥିବା ବେଳେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଯୋଜନା କମିଟି ଅଧ୍ୟକ୍ଷ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହେବା ମାତ୍ରେ ସଭ୍ୟମାନଙ୍କଠାରୁ କାହିଁକି ଦସ୍ତଖତ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ମାଝି ।  ଶାନ୍ତିଲତା ହେଉଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଝିଅ । ତେବେ ବାପା ପୂର୍ଣ୍ଣଚନ୍ଦ୍ର ବିଜେଡିରେ ରହିଥିବା ବେଳେ ଶାନ୍ତିଲତା କିନ୍ତୁ ବିଜେପି ଦଳରେ ରହିଛନ୍ତି ।

ବିଜେପିର ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ମାଝି ଡାଏସ୍ ପାଖକୁ ଯାଇ ଟେବୁଲ ବାଡେଇବା ସହ ନିଜ ବିଧାୟକ ବାପା ପୂର୍ଣ୍ଣଚନ୍ଦ୍ର ବାକା, ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ଜିଲ୍ଲାପାଳଙ୍କ ସହ ପ୍ରାୟ ଅଧ ଘଣ୍ଟା ଧରି ଯୁକ୍ତି ତର୍କ କରିଥିଲେ ।  ଯୋଜନା କମିଟିର ବୈଠକ ଆରମ୍ଭ ହେବା ପୂର୍ବରୁ ହିଁ ସଦସ୍ୟମାନଙ୍କ ଦସ୍ତଖତ କାହିଁକି ନିଆଯାଉଛି ବୋଲି ଶାନ୍ତିଲତା ମାଝି ପ୍ରଶ୍ନ କରିଥିଲେ ।  ଏହାସହ ପ୍ରତିଥର ଯୋଜନା କମିଟିର ବୈଠକ ଅନୁଷ୍ଠିତ ହେଉଛି ହେଲେ ସଦସ୍ୟମାନେ ଦେଉଥିବା ନିଜ ନିଜ ଅଞ୍ଚଳର ଉନ୍ନୟନ ପ୍ରସ୍ତାବକୁ ପରେ କାଟି ଦେଇ ଜିଲ୍ଲା ପ୍ରଶାସନ ନିଜସ୍ବ ମନ ମୁତାବକ କାମ କରୁଥିବା ଅଭିଯୋଗ ହୋଇଛି ।  ଯଦି କମିଟିର ମେମ୍ବରମାନଙ୍କ ପ୍ରସ୍ତାବକୁ ଗୁରୁତ୍ବ ଦିଆନଯିବ ତାହେଲେ ଆଗାମୀ ବୈଠକରେ ଆଉ କେହି ଉପସ୍ଥିତ ରହିବେ ନାହିଁ ବୋଲି ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ମାଝି କହିଛନ୍ତି ।  

   Related Posts