ବଲାଙ୍ଗିର: ରାଜ ପରିବାରରୁ ପରିବାରବାଦ ଡେଇଁଲା ମିଶ୍ର ପରିବାରକୁ, ଲୋକସଭା ଆସନରେ ତ୍ରିମୁଖୀ ଲଢେଇ

Published By : Prameya-News7 Bureau | March 26, 2019 IST

ବଲାଙ୍ଗିର୨୬|୩: ବଲାଙ୍ଗିରରେ ଚାଲିଛି ପରିବାର ରାଜନୀତି । ୩ ପ୍ରମୁଖ ଦଳର ହେଭିୱେଟମାନଙ୍କ ପୁଅ, ପତ୍ନୀ ଓହ୍ଲାଇଛନ୍ତି ରାଜନୀତିକୁ । ବିଜେଡି ହେଭିୱେଟ୍ ଅନଙ୍ଗ ଉଦୟ ସିଂଦେଓଙ୍କ ଦୁଇ ପୁଅ ନିର୍ବାଚନ ମଇଦାନରେ । ସେହିପରି ବିଜେପିର ଟାଣୁଆ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ପତ୍ନୀ ସିଂଦେଓ ବି ଏଥର ପ୍ରାର୍ଥୀ ହୋଇଛନ୍ତି । ସେପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ବି ପ୍ରଥମ ଥର ପାଇଁ ଓହ୍ଲାଇଛନ୍ତି ଭୋଟ ରାଜନୀତିକୁ ।

{"id":97141}

ରାଜନୀତିରେ ପରିବାରବାଦ । ବଲାଙ୍ଗିର ଗଲେ ରାଜନୀତିରେ ପରିବାରବାଦ କେମିତି ପଶିଛି ଜଳ ଜଳ ହୋଇ ଦେଖାଯାଏ । ଏଠି  ରାଜ ପରିବାରରୁ ଏକାଧିକ ସଦସ୍ୟ ନିର୍ବାଚନ ମଇଦାନକୁ ଓହ୍ଲାନ୍ତି । ଚଳିତ ଥର ବିଜେଡିର ଆଗଧାଡ଼ିର ନେତା ତଥା ସାଂସଦ ଅନଙ୍ଗ ଉଦୟ ସିଂଦେଓଙ୍କ ଦୁଇ ପୁଅ ନିର୍ବାଚନ କଳିକେଶ ଏବଂ  ଅର୍କେଶ  ନିର୍ବାଚନ ଲଢ଼ୁଛନ୍ତି ।

{"id":97146}

କଳିକେଶ ବଲାଙ୍ଗିର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ସାନଭାଇ ଅର୍କେଶ ବଲାଙ୍ଗିର ବିଧାନସଭା ଆସନରୁ  ଠିଆ ହୋଇଛନ୍ତି ।ପୂର୍ବରୁ ବାପା, ବଡ଼ ଭାଇ ଏଠାରୁ ଲଢ଼ୁଥିଲେ । ଏଥର ଅର୍କେଶ ବି ଓହ୍ଲାଇଛନ୍ତି ରଣକ୍ଷେତ୍ରକୁ ।

{"id":97142}

ବିଜେପି ବି ସ୍ବାମୀ-ସ୍ତ୍ରୀଙ୍କୁ ଟିକେଟ୍ ଦେଇଛି । କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବଲାଙ୍ଗିର ଲୋକସଭା ଆସନରୁ ଛିଡ଼ା ହୋଇଛନ୍ତି । ଖାଲି ବିଜେଡି-ବିଜେପି ନୁହେଁ । ପରିବାରବାଦ ରାଜନୀତି କଂଗ୍ରେସକୁ ଡେଇଁଛି ଏଥର । ବଲାଙ୍ଗିରରୁ ନରସିଂହ ମିଶ୍ର ବିଧାୟକ ଭାବେ ଲଢ଼ୁଥିବା ବେଳେ ପୁଅ ସମରେନ୍ଦ୍ର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।

{"id":97143}

ରାଜ ପରିବାରରେ ଚାଲିଥିବା ପରିବାରବାଦ ରାଜନୀତି ଏଥର ମିଶ୍ର ପରିବାରକୁ ଡେଇଁଛି । ଦେଖାଯାଉ ବଲାଙ୍ଗିରବାସୀ ଏହାକୁ କେମିତି ଗ୍ରହଣ କରୁଛନ୍ତି ।

{"id":97145}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.