Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ଜଗତସିଂହପୁରରେ ପୁଣି ମିଳିଲା ଯୁବତୀଙ୍କ ମୃତ ଦେହ, ରାତିରେ ଘରକୁ ଫେରୁଥିବା ବେଳେ ହତ୍ୟାକରି ଝିଅକୁ ଫିଙ୍ଗିଥିବା ଅଭିଯୋଗ କଲେ ପରିବାର ଲୋକ

10/11/2019 at 9:25 PM

ଜଗତସିଂହପୁର ୧୦।୧୧ – ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରେଳପଥ ବନ୍ଧବାଟୀ ଲେବୁଲ କ୍ରସିଂ ରେଳଧାରଣା କଡରେ ପଡିଥିବା ମୃତ ଯୁବତୀର ପରିଚୟ ମିଳିଲା। ମୃତ ଯୁବତୀ  ପାରାଦ୍ୱୀପଗଡ ଚୁନ ବେଲାରୀ ଗାଁର ରମେଶ  ଓଝାଙ୍କ ଝିଅ ଶୁଭଲଷ୍ମୀ ଓଝା । ଶୁଭଲକ୍ଷ୍ମୀ ଗଣପତୀ ଇଂଜିନିୟରିଂ କଲେଜ,ଜଗତପୁର କଟକରେ ପାଠ ପଢୁଥିଲେ। ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବାର ପରିବାର ଲୋକ  ଅଭିଯୋଗ କରିଛନ୍ତି । ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ ଚଳାଇଛି ।

ଜଗତସିଂହପୁରରେ ପୁଣି ମିଳିଲା ଯୁବତୀଙ୍କ ମୃତ ଦେହ । ଜିଲାର ପାରାଦୀପଗଡ଼ ଚୂନ ବେଲାରୀ ଗାଁର ରମେଶ ଓଝା ଙ୍କ ଝିଅ ଶୁଭଲଷ୍ମୀ କଟକ ଜଗତପୁର ସ୍ଥିତ ଏକ ଘରୋଇ କଲେଜରେ ଡିପ୍ଲୋମା କରୁଥିବା ସହ ନିକଟରେ ଜଣେ ସହପାଠୀନି ଙ୍କ ସହ ମେସ ରେ ରହୁଥିଲେ । ସେ ଗତକାଲି ରାତି ରେ ତାଙ୍କର ମାଆ ଓ ବାପାଙ୍କ ସହ ଫୋନରେ କଥା ହେବା ସହ ଘରକୁ ଆସିବେ ବୋଲି କହୁଥିଲେ । ହେଲେ ରାତି ୯ଟା ପରେତାଙ୍କର ଫୋନ ଆଉ ଲାଗି ନଥିଲା । ଫଳରେ ତାଙ୍କର ମାଆ ଝିଅ ସହିତ ରହୁଥିବା ତାର ସହପାଠୀନି କୁ ଫୋନ କରିବାରୁ ଶୁଭଲଷ୍ମୀ ଶୋଇଲେଣି ବୋଲି ସେ କହିଥିଲେ । ସେହିପରି ଆଜି ସକାଳୁ ମଧ୍ୟ ତାଙ୍କର ସେହି ସାଙ୍ଗକୁ ଫୋନ କରିବାରୁ ସେ ଟିୟୁସନ ଯାଇ ଥିବାର ସାଙ୍ଗ ଉତ୍ତର ଦେଇଥିଲେ । ହେଲେ ଆଜି ସକାଲୁ ସୁଭଲକ୍ଷ୍ମୀଙ୍କର କ୍ଷତ ବିକ୍ଷତ ମୃତ ଦେହ ତିର୍ତୋଲ ସ୍ଥିତ ବନ୍ଧ ବାଟି ନିକଟ ରେ ଟ୍ରେନ ଲାଇନ କଡ଼ରେ ପଡିଥିବାର ଦେଖା ଯାଇଥିଲା ।

ମୃତ ଦେହ ନିକଟରେ ପଡିଥିବା ତାଙ୍କର ମୋବାଇଲ ରୁ ତାଙ୍କର ପରିଚୟ ମିଳିବା ପରେ ପୋଲିସ ମୃତକଙ୍କ ପରିବାରକୁ ଖବର ଦେଇଥିଲା । ଝିଅକୁ କେହି ହତ୍ୟା କରି ଥିବାର ପରିବାର ପକ୍ଷରୁ ଅଭିଯୋଗ ହେଉଛି ।

କଟକ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଶବକୁ ବ୍ୟବଛେଦ ପାଇଁ କଟକ ପଠାଇଛି । ହେଲେ ଏ ବାବଦରେ ପୋଲିସ କିଛି କହିବା ପାଇଁ ମନା କରି ଦେଇଛି ।

   Related Posts