ପରିବାର ସାଜିଲେ ବଇରି : ୩ଲକ୍ଷ ଟଙ୍କାରେ ଝିଅକୁ ବିକ୍ରି କରିଦେଲେ ପରିବାର ଲୋକେ

Published By : Prameya-News7 Bureau | January 10, 2020 IST

ନବରଙ୍ଗପୁର ୧୦/୧: ଅର୍ଥ ଆଗରେ ତୁଛ ହେଲା ରକ୍ତ ସମ୍ପର୍କ ।୩ ଲକ୍ଷ ଟଙ୍କା ପାଇଁ ବଢିଲା ଝିଅକୁ ବିକ୍ରି କରିଦେଲେ ପରିବାର ଲେ।କ ।ହରିୟାଣାରେ ଦୀର୍ଘ ୬ ମାସ ଧରି ନିର୍ଯାତନା ସହିବା ପରେ ଶେଷରେ ଯୁବତୀଙ୍କୁ ଉଦ୍ଧାର କରିଛି ଜିଲ୍ଲା ପେ।ଲିସ ।ଏମିତି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ନବରଙ୍ଗପୁରରେ ଆଲେ।ଡନ ।

{"id":209448,"sizeSlug":"large"}

ପରିବାର ସାଜିଲେ ବଇରି । ଟଙ୍କା ଲେ।ଭରେ ପର ପୁରୁଷ ହାତରେ ଟେକିଦେଲେ ପରିବାର ଲେ।କ ।ଏଭଳି ଅଭିଯେ।ଗ ଆଣିଛନ୍ତି ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ସେମଳା ଗାଁର ଜଣେ ଯୁବତୀ । ୬ ମାସ ତଳେଘର ଲେ।କ ହରିୟାଣାର ଜଣେ ଯୁବକଙ୍କ ସହ ।ଜେ।ରଜବରଦସ୍ତି ଯୁବତୀଙ୍କୁ ବିବାହ କରିଥିଲେ । ଏଥିପାଇଁ ସମ୍ପୃକ୍ତ ଯୁବକଙ୍କଠାରୁ ୩ଲକ୍ଷ ଟଙ୍କା ନେଇଥିଲେ । ବାହାଘର ପରେ ସ୍ବାମୀ ଠାରୁ ଅକଥନୀୟ ନିର୍ଯାତନା ପାଇଲେ । ଶେଷରେ ଛାଡିଦେବାକୁ କାକୁତି ମିନତି କରିଥିଲେ । କିନ୍ତୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଜାଣିବା ପରେ ଯୁବତୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

{"id":209449,"sizeSlug":"large"}

୬ ମାସ ଧରି ନିର୍ଯାତନା ସହିବା ପରେ କୌଶଳ କରି ଗାଁର ଜଣେ ସ୍ବେଚ୍ଛାସେବୀଙ୍କ ସହ ଯେ।ଗାଯେ।ଗ କରି ଘଟଣା ସମ୍ପର୍କରେ ଜଣାଇଥିଲେ ଯୁବତୀ । ସମ୍ପୃକ୍ତ ବ୍ୟକ୍ତି ନବରଙ୍ଗପୁର ଏସପିଙ୍କୁ ଜଣାଇବା ପରେ ନବରଙ୍ଗପୁର ପେ।ଲିସ ଓ ହରିୟାଣା ପୋଲିସ  ମିଳିତ ଭାବେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ଯୁବତୀଙ୍କୁ ନବରଙ୍ଗପୁର ସୁଧାର ଗୃହରେ ରଖା ଯାଇଛି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ

{"id":209450,"sizeSlug":"large"}

ଯୁବତୀଙ୍କ ଅଭିଯେ।ଗ କେତେ ସତ କେତେ ମିଛ ତାହା ପେ।ଲିସ ତଦନ୍ତ ପରେ ସ୍ପଷ୍ଟ ହେବ । କିନ୍ତୁ ବାସ୍ତବରେ ଯଦି ଘଟଣା ସତ ହେ।ଇଥାଏ, ତା ହେଲେ ଏହା ପଛରେ କୌଣସି ଏକ ବଡ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.