ଘର ସମ୍ମୁଖରେ ପରିବାର ଲୋକଙ୍କ ମୃତଦେହ ଦେଖି ପରିବାର ଲୋକେ ତାଜୁବ

Published By : Prameya-News7 Bureau | March 21, 2019 IST

ବାଲେଶ୍ବର ୨୧/୩:  ଘର ସମ୍ମୁଖରେ ପରିବାର ଲୋକଙ୍କ ମୃତଦେହ ଦେଖି ପରିବାର ଲୋକେ ତାଜୁବ ହୋଇଛନ୍ତି। ଆଜି ସକାଳେ ରୋଷେଇ କରିବା ପାଇଁ ଗାଁରୁ ତିନି ଜଣ ଯାଇଥିଲେ ।  ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଓ  ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଦେଖି  ପରିବାର ଲୋକେ ଭୟଭୀତ ହୋଇପଡିଥିବା ବେଳେ ଅଟୋ ଡ୍ରାଇଭରଙ୍କ  ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଗୁରୁତର ରୋଷେୟାକୁ ସୋର ଡାକ୍ତରଖାନାରୁ ବାଲେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ସୋର ଥାନା ଜହ୍ନି ଗାଁର ରଘୁନାଥ ଜେନା ଓ ତାଙ୍କର ଅନ୍ୟ ଦୁଇ ଜଣ ସାଥି ରୋଷେଇ କରିବାକୁ ଭଦ୍ରକ ଯାଇଥିଲେ ।  ରାତି ୧ଟା ବେଳେ ଅଟୋ ଡ୍ରାଇଭର ରଘୁନାଥର ମୃତଦେହ ଓ ଅନ୍ୟ ଜଣେ ରୋଷେୟାକୁ ଗୁରୁତର ଭାବେ ଜହ୍ନି ଗାଁର ରଘୁନାଥଙ୍କ ଘରେ ପହଞ୍ଚାଉଥିଲା। ରଘୁନାଥକୁ ସୋର ଡାକ୍ତରଖାନା ଆଣିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। 

ଗୁରୁତର ଜଣକୁ ସୋର ଡାକ୍ତରଖାନାରୁ ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଛି ।  ମୃତ ଓ ଆହତ ପରିବାର ସନ୍ଦେହ ପ୍ରକାଶ କରି ସୋର ଥାନାରେ ଅଭିଯୋଗ କରିଥିବା ବେଳେ ଅଟୋ ଡ୍ରାଇଭର ସହିତ ସାଥୀ ହୋଇ ଯାଇଥିବା ଅନ୍ୟ ଜଣେ ରୋଷେୟା ଫେରାର ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.