୩ମାସ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା: ପୋଲିଓ ଟୀକା ନେଇ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | March 05, 2020 IST

ପାରାଦୀପ ୫/୩:  ଟୀକା ନେବା ପରେ ୩ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ନୂଆଗଡ଼ ଗ୍ରାମର ସୁପ୍ରବିର ନନ୍ଦ ଓ ତାଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ନନ୍ଦଙ୍କ ତିନି ମାସର ପୁତ୍ର ଗତକାଲି ନୂଆଗଡ଼ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ପୋଲିଓ ଟିକା ନେବାପାଇଁ ଯାଇଥିଲେ। ତେବେ ଟିକା ନେଇ ଘରକୁ ଆସିବା ପରେ ଶିଶୁ ପୁତ୍ରର ଜ୍ବର ଆସିଥିଲା। ତେବେ ଏହାକୁ ନେଇ ପରିବାର ଲୋକେ ସ୍ଥାନୀୟ ସ୍ବାସ୍ଥକେନ୍ଦ୍ରରେ ଥିବା ଅଙ୍ଗନଓ୍ବାଡ଼ି ଦିଦିଙ୍କୁ ଜଣାଇଥିଲେ।କିନ୍ତୁ ସେ ଟିକା ନେଲେ ଏଭଳି ଜ୍ବର ଆସେ, ତେବେ କିଛି ଅସୁବିଧା ନାହିଁ ବୋଲି କହିଥିଲେ ।

{"id":233302,"sizeSlug":"large"}

ତେବେ ବିଳମ୍ବିତ ରାତିରେ ଶିଶୁ ପୁତ୍ର କାନ୍ଦିବା ଫଳରେ ପରିବାର ଲୋକେ ଉଠି ଦେଖିଲେ ଶିଶୁଟି ମା କ୍ଷୀର ବି ପିଉନାହିଁ। ତେଣୁ ସେମାନେ ଶିଶୁକୁ ଶୁଆଇ ଦେଇ ନିଜେ ଶୋଇପଡିଥିଲେ। ତେବେ ସକାଳୁ ଉଠି ଦେଖିଲେ ଛୁଆଟି ମୃତ୍ୟୁବରଣ କରିଛି । ପରିବାର ଲୋକେ ଦୌଡ଼ି ସ୍ବାସ୍ଥ୍ୟ କେନ୍ଦ୍ର ଯାଇ ଅଙ୍ଗନଓ୍ବାଡ଼ି ଦିଦିଙ୍କୁ ଏବିଷୟରେ ପଚାରିବାରୁ ସେ କ’ଣ ହୋଇଛି କହିପାରିନଥିଲେ। ତେବେ ଏହାକୁ ନେଇ ପରିବାର ପକ୍ଷରୁ ପାରାଦୀପ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.