Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୌଦ୍ଧରେ କଂଗାରୁ କୋର୍ଟ: ଅସୁସ୍ଥତା କାରଣରୁ ଗାଁ ମିଟିଂକୁ ଯାଇନପାରିବାରୁ ୫ ପରିବାର ବାସନ୍ଦ…ନିଆଁ, ପାଣି, ଦୋକାନ ଓ ସ୍କୁଲ ମନା

29/07/2019 at 1:51 PM

ବୌଦ୍ଧ୨୯|୭: ସରକାର ଲୋକଙ୍କୁ ଯତେ ସଚେତନ କଲେବି କୌଣସି ସୁଫଳ ମିଳୁନି । ଦିନକୁ ଦି କଙ୍ଗାରୁ କୋର୍ଟ କ୍ୟାନସରବଲି ଭଳି ଗ୍ରାମାଂଚଳକୁ ଗ୍ରାସ କରିବାରେ ଲାଗିଛି । ତାଲିବାନୀ ଶାସକଙ୍କର କୋଠର ନିଷ୍ପତ୍ତି  । ଗାଁ ସଭାକୁ ନଆସିବାରୁ ସାମାଜିକ ବାସନ୍ଦ ସହ ୩ଦିନ ଭିତରେ ଗାଁ ଛାଡି ଯିବାକୁ ନୋଟିସ । ଗାଁରେ ଦଳିତ ସମ୍ପ୍ରଦାୟ ଗାଁ ସଫା କରିବାକୁ ବାଧ୍ୟ । ନଚେତ ନିଆଁପାଣି ବନ୍ଦ ସହ ଗାଁ ଲୋକଙ୍କ ସହ କଥାବାର୍ତା କଲେ ୧୦୦୦ଟଙ୍କା ଫାଇନ୍‌ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତର ବୁକେସିଙ୍ଗା ଗ୍ରାମରେ । ପିଡୀତ ପରିବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଏବେ ।  

ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ଅନ୍ତର୍ଗତ ବୁକେସିଙ୍ଗା ଗ୍ରାମରେ କଙ୍ଗାରୁକୋର୍ଟ ଅଭିଯୋଗ । ଏହି ଗ୍ରାମର ପରମେଶ୍ବର ଗୁରୁ ଓ ତାଙ୍କ ପତ୍ନୀଙ୍କ ସମେତ ୫ମ ଏବଂ ୨ୟ ଶ୍ରେଣୀରେ ପଢ଼ୁଥିବା ଛୋଟ ଛୋଟ କୋମଳମତି ଶିଶୁଙ୍କୁ  ୩ଦିନ ଭିତରେ ଘରଭାଙ୍ଗି ଗାଁ ଛାଡି ଚାଲି ଯିବାକୁ ଚରମ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଗାଁ ଲୋକଙ୍କ ସାମୁହିକ ନିଷ୍ପତି ଆଳରେ ଏହି ଗ୍ରାମର ନିର୍ଦ୍ଧିଷ୍ଟ କିଛି ପ୍ରଭାବଶାଳୀ ବ୍ୟକ୍ତି କିଭଳି  କତୋଟି  ନିରୀହ ଅସହାୟ ପରିବାର ସଦସ୍ୟଙ୍କ ମାନବାଧତ୍କାର କ୍ଷୁର୍ଣ୍ଣ କରି ସେମାନଙ୍କ ଜୀବନକୁ ଦୁର୍ବିସହ କରିଦେଇ ପାରନ୍ତି ତାର ଏକ ନଗ୍ନ ନମୂନା ପଦାକୁ  ଆସିଛି । ଗ୍ରାମବାସୀଙ୍କ ଉତ୍ପୀଡ଼ନରୁ ରକ୍ଷା ପାଇବା ପାଇଁ ଶେଷରେ ପୀଡିତ ଗୁରୁ ପରିବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ନ୍ୟାୟଭିକ୍ଷା କରିଛନ୍ତି ।

 ସର୍ବଶ୍ବେର ବୁକେସିଙ୍ଗା ଗ୍ରାମର ଗାଁ ମୁଣ୍ଡରେ ଥିବା ଏକ ଅନାବାଦି ଜାଗାରେ ଝାଟିମାଟି ଘରଖଣ୍ଡ କରି ଆଜକୁ ପ୍ରାୟ ୧୦ବର୍ଷ ହେଲା ରହିଆସୁଥିଲେ । ଗତ ୨୭ ତାରିଖ ଗ୍ରାମରେ ଏକ ମିଟିଙ୍ଗ ବସିଥିଲା । ଏହି ମିଟିଂକୁ ପରମେଶ୍ବରଙ୍କୁ ଡକାଯାଇଥିଲା । ହଲେ ସେଦିନ ତାଙ୍କ ଦେହ ଖରାପ ଥିବାରୁ ସେ ମିଟିଂକୁ ଯାଇପାରିନଥିଲେ । ଫଲରେ ତାଙ୍କୁ ଗାଁରୁ ବାସନ୍ଦ କରାଇ ଦୋକାନ, ବଜାର ଓ ଗାଁ ଲୋକଙ୍କ ଜମିବାଡି ଉପରେ ଛେଳିଚରାଇବାକୁ ବାରଣ କରାଯାଇଥିଲା ।

ଏହିଭଳି ଭାବେ କିଛିମାସ ଗଲାପରେ ହଠାତ ଗତ ଗତ ଗୁରୁବାର ଦିନ ଗାଁର କିଛିଲୋକ ତାଙ୍କ ଘରେ ପହଞ୍ଚି ତିନିଦିନ ମଧ୍ୟରେ ଘରଭାଙ୍ଗି ଗାଁ ଛାଡି ଚାଲିବାକୁ ଚରମ ଚେତାବନୀ ଦେଇଛନ୍ତି ।ଏଥିସହିତ କଥା ନ ମାନିଲେ ଗାଁ ର ଅଳିଆ ଆବର୍ଜନା ଓ ମଇଳା ଆଣି ଘରମୁହଁରେ ପକାଇ ଦିଆଯିବ ବୋଲି ଧମକ ମଧ୍ୟ ଦେଇଥିବା ପୀଡିତ ପରିବାର କହିଛନ୍ତି । 

 ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କେବଳ ଏ ପରିବାରର ନୁହଁନ୍ତି, ଏହି ଗ୍ରାମର ଅଭୟ ନାଏକ ଓ ବିଜୟ ନାଏକ ନାମକ ଦୁଇଜଣ ଦଳିତ ସମ୍ପ୍ରଦାୟର ଲୋକ ମଧ୍ୟ ଏଭଳି କଂଗାରୁ କୋର୍ଟର ଶିକାର ହୋଇଛନ୍ତି । ଏ ଦୁଇଜଣ ସନାତନ ଧର୍ମରେ ଦିକ୍ଷୀତ ହୋଇ ପ୍ରାୟ ସମୟ ପୂଜା ପାଠ କରନ୍ତି । ଗୁଜୁରାଣ ମଂଟୋଇବାକୁ ବାଉଁଶ କାମ କରନ୍ତି । ମାତ୍ର ତାଙ୍କୁ ଗାଁ ଦାଣ୍ଡ ସଫାସୁତୁରା କରିବା ସହ ଗାଁ ରେ ଗାଈଗୋରୁ ଓ ଛେଳି ମଲେ ସେଗୁଡିକ ବୋହି ନେବାକୁ ବାଧ୍ୟ କରାଯାଉଛି ।

ଏମାନେ ଏଥିରେ ଅରାଜି ହେବାରୁ ଉଭୟ ପରିବାରଙ୍କୁ ଦୀର୍ଘ ୨ବର୍ଷହେଲା ଗାଁ ରୁ ବାସନ୍ଦ କରାଯାଇଛି । ଏମାନଙ୍କୁ ଦୋକାନ ବାଡି ଓ ଗ୍ରାମବାସୀଙ୍କ ଜମିବାଡି ଦେଇ ଯାତାୟାତ ଉପରେ କଟକଣା ଲଗାଯାଇଛି । ଫଳରେ ଏମାନେ ନିଜର ଗାଈ ଗୋରୁ ବିକ୍ରିକରି ଗାଁଠୁ ୩କି:ମି ଦୂରରେ ହରଭଙ୍ଗା ବଜାର ଉପରେ ଘରକରି ଦୟନୀୟ ଭାବେ ଜୀବନ ଅତିବାହିତ କରୁଥିବା କହିଛନ୍ତି । ଏପରିକି ଗାଁ ର କେହିଲୋକ ତାଙ୍କସହ କଥାବାର୍ତ୍ତ। କଲେ ୧ହଜାର ଟଙ୍କା ଜେରିମାନା ଦେବାକୁ ହୁଇପ୍‌ ଜାରି କରିଛନ୍ତି ।

ସେହିପରି ଅନ୍ୟ ତିନୋଟି ପରିବାରକୁ ମିଶାଇ ସମୁଦାୟ ୫ଟି ପରିବାର ବାସନ୍ଦର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାହେଲା ଏହିସବୁ କଟକଣା ଜାରୀ କରିବା କ୍ଷେତ୍ରରେ ହରଭଙ୍ଗା ଥାନାରେ ହୋମଗାର୍ଡ ଥିବା ସେହି ଗ୍ରାମର ଜୈନିକ ଯୁବକଙ୍କ ସମ୍ପୃକ୍ତି ଥିବାରୁ ପୀଡିତ ପରିବାର ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଜିଲ୍ଲା ପ୍ରଶାସନ ଏଥତ୍ପ୍ରତି ଦୃଷ୍ଟିଦେଇ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ର୍କାୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।  ଅନ୍ୟପଟେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

 

ଦିନକୁ ଦିନ ଗ୍ରାମାଂଚଳ ଗୁଡିକରେ କଙ୍ଗାରୁ କୋର୍ଟ କାୟା ବିସ୍ତାର କରୁଛି । ବହୁ ନିରୀହ ପରିବାର ନା ନା ହଇରାଣ ହରକତ ହେଉଛନ୍ତି । ପ୍ରଶାସନର ଉଦାସିନତା କାରଣରୁ ପରିସ୍ତିତି ବେଲୁବେଳ ସଂଗୀନ ହେବାରେ ଲାଗିଛି ।

   Related Posts