ଆଠବର୍ଷ ଲିଭ-ଇନରେ ରହିଥିବା ଦୁଇଝିଅଙ୍କୁ ବିରୋଧ କଲେ ପରିବାର ଲୋକ , ବାଧ୍ୟହୋଇ ହାଇକୋର୍ଟର ହେଲେ ଦ୍ଵାରସ୍ଥ

Published By : Prameya-News7 Bureau | January 29, 2019 IST

ମେରଠ ୨୯/୧- ଦୁଇଜଣ ଝିଅ ଲିଭ ଇନରେ ରହିବାକୁ ନେଇ ପରିବାରର ବିରୋଧ ପରେ ହାଇକୋର୍ଟରେ ହୋଇଛନ୍ତି ଦ୍ଵାରସ୍ଥ । ସାରାଜୀବନ ସାଙ୍ଗରେ ରହିବାକୁ ହାଇକୋର୍ଟକୁ କରିଛନ୍ତି ନିବେଦନ ।

ଏହିଭଳି ଘଟଣା ଘଟିଛି ମେରଠରେ । ଦୁଇଜଣ  ହଷ୍ଟେଲରେ ରହିବା ସମୟରୁ ହୋଇଥିଲା ସଂପର୍କ । ଜ୍ୟୋତି ଓ ଗିନ୍ନି ଦୁଇଜଣ ସାଙ୍ଗ ହୋଇ ଏକା କଲେଜରେ ପଢ଼ୁଥିଲେ ।  ସେମାନେ ଦୁହେଁ ବି ଥିଲେ ରୁମମେଟ । ସେହି ସମୟରୁ ସେମାନେ ସମଲିଙ୍ଗୀ ସଂପର୍କରେ ଥିଲେ । ପାଠ ପଢ଼ାସରିବା ପରେ ସେମାନେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ମଧ୍ୟ ବାହାରେ ରହୁଥିଲେ । ସେମାନେ ୨୦୧୩ ମସିହାରୁ ସାଙ୍ଗରେ ରହିଆସିଥିଲେ ବି ପରିବାର ଲୋକ ବିରୋଧ କରୁଥିଲେ । ଏହି ବିରୋଧରେ ସମ୍ମୁଖୀନ ହେଲେ ମଧ୍ୟ ସେମାନେ କେହି କାହାକୁ ଛାଡ଼ିବାକୁ ରାଜି ନଥିଲେ ।

ଏହି ଘଟଣାକୁ ଜ୍ୟୋତିର ପରିବାର ଲୋକ ବେଶୀ ବିରୋଧ କରୁଥିଲେ । ଏହାଦ୍ଵାରା ପରିବାର ଲୋକଙ୍କର ମାନହାନି ହୋଇଯିବା କାରଣରୁ କେହି ରାଜି ନଥିଲେ । ସାମାଜିକ ବାସନ୍ଦ ହେବାର ମଧ୍ୟ ପରିବାର ଲୋକଙ୍କର ଭୟ ଥିଲା ।

କିନ୍ତୁ ଏହି ଭଲପାଇବାକୁ ନେଇ ଦୁଇ ପ୍ରେମୀ ଥିଲେ ବେଶୀ ସିରିୟସ । ପରିବାର ଲୋକଙ୍କ ବିରୋଧକୁ ସାମନା କରି ନପାରି ହାଇକୋର୍ଟରେ ହେଲେ ଦ୍ଵାରସ୍ଥ ।

ଆହ୍ଲାହାବାଦ ହାଇକୋର୍ଟର ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା କରି ରହିଛନ୍ତି ପ୍ରେମୀଯୁଗଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.