Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ପାକିସ୍ତାନରେ ବନ୍ଦୀ ଥିବା ପାଇଲଟ୍ ଅଭିନନ୍ଦନଙ୍କୁ ଭାରତ ଫେରାଇ ଆଣିବାକୁ ପରିବାରଲୋକଙ୍କ ନିବେଦନ

28/02/2019 at 9:15 AM

ନୂଆଦିଲ୍ଲୀ ୨୮|୨: ଭାରତ ଏୟାରଷ୍ଟ୍ରାଇକ୍ କରି ପାକିସ୍ତାନରେ ଆତଙ୍କବାଦୀ ଠିକଣା ଧ୍ବଂସ କରିଛି । ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ଠିକଣା ଧ୍ବଂସ କରିଥିବା ବେଳେ ଆତଙ୍କୀମାନଙ୍କୁ ମଧ୍ୟ ନିପାତ କରିଛି । ଏୟାରଷ୍ଟ୍ରାଇକ୍ ଠିକ୍ ଗୋଟିଏ ଦିନ ପରେ ପାକିସ୍ତାନ ପକ୍ଷରୁ ଭାରତକୁ ଜବାବ ଦେବାକୁ ପ୍ରୟାଶ କରାଯାଇଥିଲା । ୨୭ଫେବୃଆରୀରେ ପକିସ୍ତାନ ବାୟୁସେନାର ବିମାନ ଭାରତୀୟ ବାୟୁସୀମାରେ ଅନୁପ୍ରବେଶ କରିଥିଲା । ପାକିସ୍ତାନୀ ବାୟୁସେନା ବିମାନକୁ ସୀମାରୁ ତଡିବା ପାଇଁ ଭାରତୀୟ ବାୟସେନା ପାକିସ୍ତାନୀ ବିମାନର ପିଛା କରିଥିଲା । ଏହି ପ୍ରୟାସ ସମୟରେ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲା ଭାରତୀୟ ବାୟୁସେନାର ମିଗ୍ ବିମାନ । ତେବେ ମିଗ୍ ବିମାନର ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରିନେଇଥିବା ଖବର ପ୍ରଚାରିତ ହେଉଛି ।

ଅନ୍ୟପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି ଯେ, ଭାରତୀୟ ବାୟୁସେନାର ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ମାତ୍ର ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇନାହିଁ ଯେ ନିଖୋଜ ପାଇଲଟ ଜଣଙ୍କ ପାକିସ୍ତାନ କବଜାରେ ରହିଛନ୍ତି । ସେପଟେ ପାକିସ୍ତାନ ପକ୍ଷରୁ ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ସେୟାର କରାଯାଇ ଏହାକୁ ସ୍ପଷ୍ଟ ପ୍ରମାଣିତ କରାଯାଉଛି ଯେ, ପାଇଲଟ୍ ଅଭିନନ୍ଦନ ପାକିସ୍ତାନ କବଜାରେ ଅଛନ୍ତି । ଭାରତୀୟ ବାୟୁସେନାର ପାଇଲଟ୍ ପାକିସ୍ତାନୀ ସେନାଙ୍କ କବଜାରେ ଥିବାବେଳେ ଏହା ସ୍ପଷ୍ଟ ହୋଇଯାଇଛି ସେ ହିଁ ଭାରତୀୟ ବାୟୁସେନାର ପାଇଲଟ୍ ଅଭିନନ୍ଦନ ।

ଏ ଘଟଣା ପ୍ରଚାର ହେବା ପରେ ଅଭିନନ୍ଦନଙ୍କ ପରିବାରଲୋକ ତଥା ସଂପର୍କୀୟ ଦୁଃଖରେ ଭାଙ୍ଗିପଡିଛନ୍ତି । ଚେନ୍ନାଇରେ ରହୁଥିବା ତାଙ୍କ ପରିବାରଲୋକ ଅଭିନନ୍ଦନଙ୍କୁ ଖୁବ୍ ଶୀଘ୍ର ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ତାଙ୍କର ଜଣେ ସଂପର୍କୀୟ କହିଚନ୍ତି ବାୟୁସେନା ପାଇଲଟ୍ ଅଭିନନ୍ଦନଙ୍କୁ ଖୁବ୍ ଶୀଘ୍ର ଭାରତ ଫେରାଇ ଅଣାଯାଉ ବୋଲି । ତାଙ୍କର ଅନ୍ୟ ଜଣେ ସଂପର୍କୀୟ କହିଛନ୍ତି ଅଭିନନ୍ଦନଙ୍କ ଭିଡିଓ ସେ ଟେଲିଭିଜନରୁ ଦେଖିବାକୁ ପାଇଲେ । ଖବର ଶୁଣିବା ପରେ ସେ ତାଙ୍କ ପରିବାରକୁ ଭେଟିବାକୁ ମଧ୍ୟ ଯାଇଥିଲେ ।

ଏମିତିରେ ପାକିସ୍ତାନ ମଧ୍ୟ କହିଛି ଯେ, ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନଙ୍କ ସହ କୌଣସି ପ୍ରକାର ଅତ୍ୟାଚାର କରାଯିବନାହିଁ । ଜେନେଭା ଚୁକ୍ତି ଅନୁସାରେ ପ୍ରିଜନର ଅଫ ୱାର ବା ଯୁଦ୍ଧବନ୍ଦୀଙ୍କ ସହ କୌଣସି ଅତ୍ୟାଚାର କରାଯାଇପାରିବନାହିଁ । ଏହି ଆନ୍ତର୍ଜାତିକ ଚୁକ୍ତିରେ ଯୁଦ୍ଧବନ୍ଦୀଙ୍କୁ ପଚରାଉଚରା ପରେ ସସମ୍ମାନେ ନିଜ ଦେଶକୁ ପଠାଇ ଦିଆଯିବାର ନିୟମ ରହିଛି ।

   Related Posts