Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରେମିକ ଘର ସମ୍ମୁଖରେ ପ୍ରେମିକାଙ୍କ ଧାରଣା : ସମାଧାନ ବେଳେ ଆକ୍ରମଣ ଅଭିଯୋଗ

31/08/2019 at 3:54 PM

ରାୟଗଡା ୩୧|୮: ପ୍ରେମିକ ଘର ସମ୍ମୁଖରେ ପ୍ରେମିକାଙ୍କ ଧାରଣା ଘଟଣାରେ ନୂଆ ମୋଡ ଆସିଛି। ଆଜି ସମାଧାନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସମାଧାନ ବେଳେ କଥା କଟାକଟିରୁ ମାରପିଟ ହୋଇଛି। ପ୍ରେମିକାଙ୍କ ପରିବାର ପକ୍ଷରୁ ପ୍ରେମିକ ପରିବାର ଉପରେ ଆକ୍ରମଣ ହୋଇଛି । ରାୟଗଡା ଜିଲ୍ଲା ଶେଷଖାଲ ଥାନା ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଯୁବତୀ ଜଣଙ୍କ ପିତାମହଲ ଗାଁ ସ୍ଥିତ ନିଜ ପ୍ରେମିକ ଘରେ ଗତ ୨୯ ତାରିଖରେ ଧାରଣା ଦେଇଥିଲେ । ତେବେ ଆଜି ସାମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।

   Related Posts