Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର

10/05/2021 at 4:26 PM

ଭୁବନ ୧୦।୫: ମହାମାରୀ କରୋନାର ସଂକ୍ରମଣ ଭୟ ହଜାଇ ଦେଉଛି ମାନବିକତା । ଏପରିକି ଘରେ ପଡି ରହିଛି ମୃତଦେହ । ମାତ୍ର ସଂକ୍ରମଣ ଆଶଙ୍କାରେ କାନ୍ଧ ଦେଉନାହାନ୍ତି ପରିବାର ଲୋକେ । ଏପରି  ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ରେଣଦାପାଟଣା ଗ୍ରାମରେ । କୋଭିଡ୍ ସଂକ୍ରମଣ ଆଶଙ୍କାରେ ହୋମ୍ କ୍ଵାରେଣ୍ଟଇନରେ ଥିବା ଗ୍ରାମର ନିରଞ୍ଜନ ବେହେରା ନାମକ ଜଣେ  ୪୫ ବର୍ଷ ବୟସ ବ୍ୟକ୍ତିଙ୍କର ସୋମବାର ସକାଳେ  ମୃତ୍ୟୁ ଘଟିଛି । ସେ ଗ୍ରୁପ ୪ ସିକ୍ୟୁରିଟି ସଂସ୍ଥା ଅଧୀନରେ ଭୁବନେଶ୍ବରର ଏକ ଘରୋଇ କେବୁଲ ସଂସ୍ଥାରେ କାର୍ଯ୍ୟରତ ଥିଲେ । ୮ ଦିନ ପୂର୍ବେ କରୋନା ପଜିଟିଭ ଆଶଙ୍କାରେ ନିଜ ଘରକୁ ପଳେଇଆସିଥିଲେ । ନିଜ ଗ୍ରାମକୁ ଆସି ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି । ତେବେ କୋଭିଡ଼ ସଂକ୍ରମଣ  ଆଶଙ୍କାରେ ତାଙ୍କ ପରିବାର ଲୋକେ ତାଙ୍କ ମୃତଦେହ ପାଖ ମାଡିନାହାନ୍ତି ।

ଖବର ପାଇ ସ୍ଥାନୀୟ ସରପଞ୍ଚ  ପହଞ୍ଚି ଭୁବନ ବ୍ଲକ୍ ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ମୃତକ କୋଭିଡ୍ ସଂକ୍ରମିତ ବୋଲି ଜଣାପଡିଛି । ମାତ୍ର ତାଙ୍କ ପାଖରେ ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ  ଶବ ସତ୍କାର କରିବାରେ ଦୀର୍ଘ ୭ ଘଣ୍ଟା ବିଳମ୍ବ ହୋଇଥିବା ସରପଞ୍ଚ ସ୍ବୀକାର କରିଛନ୍ତି । ପରେ ଗଣମଧ୍ୟମ ହସ୍ତକ୍ଷେପରେ ଭୁବନ ବ୍ଲକ୍ ପ୍ରଶାସନ ପକ୍ଷରୁ ଆନୁଷଙ୍ଗୀକ ବ୍ୟବସ୍ଥା କରିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ।

   Related Posts