ବିକାଶର ଶବ ନେଲେନି ପିତା, ମନା କରିଦେଲେ ପତ୍ନୀ, ଜାଣନ୍ତୁ କିପରି ହେଲା ଅନ୍ତ୍ୟେଷ୍ଟି

Published By : Prameya-News7 Bureau | July 10, 2020 IST

କାନପୁର ୧୦।୭: ଉଜ୍ଜୈନ ପୋଲିସ ଦ୍ୱାରା ଗୁରୁବାର ଗିରଫ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶୁକ୍ରବାର ସକାଳେ ୟୁପି ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି। ପୋଲିସ ମୃତ  ବିକାଶର ପଞ୍ଚନାମା କରିବା ପରେ ପୋଷ୍ଟମର୍ଟମ କରାଇ ପରିବାରକୁ ହସ୍ତାନ୍ତର କରିଥିଲା। ତେବେ ତା ଶବ ନେବାକୁ ପିତା ରାମ କୁମାର ଦୁବେ, ମା ଶରଳା ଓ ପତ୍ନୀ ଋଚା ମନା କରିଦେଇଛନ୍ତି। ଏପରିକି ତାଙ୍କ ପିତା ଯିଏ ଶବ ଆଣିଛି ସେହିଁ ତାର ସତ୍କାର କରୁ ଆମେ ଯିବୁନି ବୋଲି ସଫା ସଫା ଶୁଣେଇ ଦେଇଥିଲେ। ଶେଷରେ ପୋଲିସ ବିକାଶଙ୍କ ଭିଣୋଇ ଦିନେଶ ତିୱାରୀଙ୍କୁ ଶବ ସମର୍ପଣ କରି ନିଜ ଦାୟିତ୍ୱ ଶେଷ କରିଛି।

{"id":298776,"sizeSlug":"large"}

ସକାଳେ ପୋଲିସ କାନପୁର ନଗର ଶବ ବ୍ୟବଚ୍ଛେଦଗାରକୁ ବିକାଶର ଶବ ନେଇ ପହଞ୍ଚିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବାରର କେହି ଆସିନଥିଲେ। ପୋଷ୍ଟମର୍ଟମ ପରେ ବି କେହି ନ ଆସିବାରୁ ପୋଲିସ ପରିବାର ଲୋକଙ୍କୁ ଲକ୍ଷ୍ନୌ ଡକାଇ ପଠାଇଥିଲା। ତେବେ ସେମାନେ ଲକ୍ଷ୍ନୌରୁ କେହି ଆସିନଥିଲେ।

{"id":298777,"sizeSlug":"large"}

କାନପୁର ପୋଲିସର ଜଣେ ଡିଏସପିଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟାକରି ଫେରାର ଥିବା ବିକାଶ ଦୁବେ ଉତ୍ତରପ୍ରଦେଶରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଗୁରୁବାର ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରରେ ପୂଜା କରିବା ବେଳେ ଫୁଲଦୋକାନୀ ସନ୍ଦେହରେ ମନ୍ଦିରର ସୁରକ୍ଷା କର୍ମୀଙ୍କୁ ଜଣାଇବାରୁ ପୋଲିସ ପହଞ୍ଚି ଗିରଫ କରିଥିଲା। ଗିରଫଦାରୀ ବେଳେ ମୁଁ କାନପୁରର ସେହି ବିକାଶ ଦୁବେ ବୋଲି ଚିଲେଇ ଚିଲେଇ କହୁଥିଲା। ଦିନତମାମ ପୋଲିସ ପଚରା ଉଚରାପରେ ସନ୍ଧ୍ୟାରେ ତାକୁ କୋର୍ଟରେ ହାଜର କରାଯାଇଥିବା ଉଜ୍ଜୈନ ଏସପି ମନୋଜ କୁମାର ସିଂହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

{"id":298779,"sizeSlug":"large"}

କୋର୍ଟରୁ ଉତ୍ତରପ୍ରଦେଶ ପୋଲିସ ଦୁବେକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଥିବାର ଏସପି ସିଂହ ଗଣମାଧ୍ୟମକୁ କହିଥିଲେ। ତେବେ ଶୁକ୍ରବାର ସକାଳେ ତାକୁ ଏସଟିଏଫ କାନପୁର ଆଣିବା ବାଟରେ ସହରଠାରୁ ୧୮ କିଲୋମିଟର ଦୂର ଭୌତୀ ନିକଟରେ ସଡକ ଦୁର୍ଘଟଣା ଘଟିଥିଲା। ଯେଉଁଗାଡିରେ ଏସଟିଏଫ ବିକାଶକୁ ନେଇ ଆସୁଥିଲା ତାହା ରାସ୍ତାରେ ଓଲଟି ପଡିଥିଲା। ତେବେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବିକାଶ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସ ତାର ଏନକାଉଣ୍ଟର କରିଥିବାର କହିଛି।

{"id":298780,"width":578,"height":324,"sizeSlug":"large"}

ପରିବାର ଲୋକେ ଶବ ନେବାକୁ ରାଜି ନ ହେବାରୁ ସ୍ୱେଚ୍ଛାସେବୀ ସଂସ୍ଥା ସମାଜ କଲ୍ୟାଣ ସେବା ସମିତିର ସଭାପତି ଧନୀରାମ ପେନ୍ଥର ବିକାଶର ଶବ ସତ୍କାର ଲାଗି ପୋଲିସ ନିକଟରେ ଆଗ୍ରହ ପ୍ରକାଶ କରିଥିଲେ। ତେବେ ପୋଲିସ ସଂସ୍ଥାକୁ ଶବ ହସ୍ତାନ୍ତର କରିବା ପୂର୍ବରୁ ତାର ଭିଣୋଇ ଦିନେଶ ତିୱାରୀ ପହଞ୍ଚି ଶବ ଦାବି କରିଥିଲେ।   

{"id":298809,"sizeSlug":"large"}

ତେବେ କାନପୁର ଭୈରବଘାଟସ୍ଥିତ ବିଦ୍ୟୁତ ଶବଦାହ ଗୃହରେ ବିକାଶର ଅନ୍ତିମ ସଂସ୍କାର କରଯାଇଥିବା ବେଳେ ପତ୍ନୀ ଋଚା, ମା ଶରଳା ଓ ସାନ ପୁଅ ପହଞ୍ଚି ଅନ୍ତ୍ୟେଷ୍ଟିରେ ସହଯୋଗ କରୁଥିବା ଦେଖାଯାଇଛି। କୌଣସି ଗଣମାଧ୍ୟମକୁ ସବଦାହ ଗୃହମଧ୍ୟକୁ ଛଡାଯାଇ ନଥିଲା। ତେବେ ବିକାଶ ଦୁବେର ପତ୍ନୀ ଋଚା ଅଚାନକ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗିଯାଇଥିଲେ ଓ ସମସ୍ତେ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବାର ଅଭିଯୋଗ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.