ହତ୍ୟା ନା ଆତ୍ମହତ୍ୟା ? ଜଣା ପଡିବ କେବେ ? ନ୍ୟାୟ ଅପେକ୍ଷାରେ ପରିବାର ଲୋକେ

Published By : Prameya-News7 Bureau | October 23, 2020 IST

ଭୁବନେଶ୍ବର୨୩/୧୦: ବର୍ତ୍ତମାନ ରାଜ୍ୟରେ ଅପରାଧିକ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ଯଦି ଗତକିଛି ଦିନ ମାସ ତଳର କଥା କହିବା, ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ଘଟୁଛି, ହେଲେ ଅପରାଧି ଖସି ଯାଉଛି। ଏ ସବୁ ଭିତରେ ହତ୍ୟା ଏବଂ ସନ୍ଦେହଜନକ ମୃତ୍ୟୁର ଟେର୍ ପାଉନି ପୋଲିସ୍। ସେମାନେ କାହିଁକି ଆତ୍ମହତ୍ୟା କଲେ, ନା ତାଙ୍କୁ ହତ୍ୟା କରାଯାଇଛି। ଏ ଘଟଣାରେ ପୋଲିସ୍ ଖାଲି ଅନ୍ଧାରରେ ବାଡି ବୁଲାଉଛି, ପୁଣି ହାତ ଉପରେ ହାତ ଦେଇ ବସିଯାଉଛି। ଅନ୍ୟପଟେ ନ୍ୟାୟ ପାଇବା ଆଶାରେ ପରିବାର ଲୋକେ ଅନାଇଁ ଅନାଇଁ ଆଖିରୁ ଲୁହ ଶୁଖି ଯାଉଛି।

{"id":349526,"sizeSlug":"large"}

ସମାଜସେବୀ ଆଦିତ୍ୟ ଦାଶଙ୍କ କଥା ଯଦି କହିବେ, ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଛି। ଏହି ଘଟଣାରେ ପ୍ରଥମେ ଜିଆରପି ତଦନ୍ତ ଭାର ନେଇଥିଲେ, ପୁଣି କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାରର ଦାୟିତ୍ବ ଦିଆଯାଇଥିଲା। ତଥାପି ତାଙ୍କୁ ହତ୍ୟା କରାଯାଇଛି କି, ସେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ।

{"id":349527,"sizeSlug":"large"}

ସେହିପରି ବଲାଙ୍ଗୀରର ୨ ଭଉଣୀ ଏକାସାଙ୍ଗରେ ନଦୀକୁ ଡ଼େଇଁ ଆତ୍ମହତ୍ୟା କରିବା ଘଟଣା ରହସ୍ୟ ଘେରାରେ ରହିଛି। କୁହାଯାଉଛି, ଦୁଇ ଭଉଣୀଙ୍କ  ମଧ୍ୟରେ କୌଣସି ମତ ମତାନ୍ତର ହୋଇ ନାହିଁ। ସେମିତି କିଛି ପାରିବାରିକ କଳହ ନ ଥିଲା। ଯଦି କିଛି ନଥିଲା ତେବେ ତେଳନଦୀକୁ ଡ଼େଇଁ କାହିଁକି ଆତ୍ମହତ୍ୟା କଲେ ଦୁଇ ଭଉଣୀ। ଗୋଟେ ବାପା-ମାଆ ଚୁପ୍‌ ଅନ୍ୟପଟେ ପୋଲିସ୍ ମଧ୍ୟ ଚୁପ୍‌। ତେବେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇପାରିନି।

{"id":349528,"sizeSlug":"large"}

ଆଉ ଜଣେ ବିବାହିତା ଷ୍ଟାପନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା କନ୍ଧମାଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ଷ୍ଟାପନର୍ସ ଭାବେ କାର୍ଯ୍ୟ କରୁଥିଲେ। ଗୋଟେ ପଟେ ତାଙ୍କ ସ୍ବାମୀ କହୁଛନ୍ତି ଯେ, ସେ ଆତ୍ମହତ୍ୟା କରିଛନ୍ତି, ଅନ୍ୟପଟେ ମୌସୁମୀଙ୍କ ସହକର୍ମୀମାନେ କହୁଛନ୍ତି, ତାଙ୍କୁ ହତ୍ୟା କରାଯାଇଛି। ପ୍ରକୃତ ସତ କଣ ତାହା ଜଣାପଡି ନାହିଁ।

{"id":349529,"sizeSlug":"large"}

ସେହିପରି ବାଲୁଗୁଡାର ଜଣେ ଫାର୍ମାସିଷ୍ଟ ଛାତ୍ର ନିଜ ଜେଜେମାଆଙ୍କ ଶବ ସତ୍କାର କରିବାକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। କେହି ଜଣେ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଛାତ୍ର ଶରଣ ନାୟକଙ୍କ ହତ୍ୟାକାରୀ ଧରାପଡି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.