ନବାଳିକା ଦୁଷ୍କର୍ମ ଓ ହତ୍ୟାକାରୀ କାମୁକକୁ ଫାଶୀ ଦଣ୍ଡ ପରେ ମୃତ ନାବାଳିକାଙ୍କ ପରିବାର ଲୋକେ କହିଲେ ଏମିତି…
27/07/2019 at 8:20 PM

ଅନୁଗୁଳ୨୭|୭: କାମୁକ ପାଇଲା ଫାଶୀ ଦଣ୍ଡ । ଅନୁଗୋଳ କାଙ୍ଗୁଲ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମାଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ । ପକ୍ସୋ ଆଇନ ବଳରେ ଏହି ଦଣ୍ଡାଦେଶ ହୋଇଛି । ସେପଟେ ୬ ମାସରେ ଶୁଣାଣି ସରି ଦୋଷୀକୁ ଦଣ୍ଡ ମିଳିଥିବାରୁ ମୃତ ନାବାଳିକାର ପରିବାର ଆଶ୍ବସ୍ତ ହୋଇଛନ୍ତି ।

ବଳାତ୍କାରୀକୁ ମୃତ୍ୟୁ ଦଣ୍ଡ । ଅନୁଗୋଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ୬ ମାସରେ ଆସିଲା ରାୟ । ଅଭିଯୁକ୍ତ ଅନାମ ଦେହୁରୀକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ। ପକ୍ସୋ ଆଇନ ବଳରେ ମିଳିଛି ମୃତ୍ୟୁ ଦଣ୍ଡାଦେଶ । ମାତ୍ର ୬ ମାସରେ ଫାଶୀ ଦଣ୍ଡାଦେଶ ହୋଇଥିବାରୁ ଉଚିତ ନ୍ୟାୟ ମିଳିଛି ବୋଲି କହିଛନ୍ତି ମୃତ ନାବାଳିକାର ପରିବାର । ପୋଲିସ ଏବଂ ଗ୍ରାମବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୃତକଙ୍କ ପରିବାର ।

ଜାନୁଆରୀ ୧୯ରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା । ନାବାଳିକା ଜଣକ ତା ବାପାଙ୍କ ପାଇଁ ଖାଦ୍ୟ ନେଇଯାଉଥିଲା । ଏତିକିବେଳେ ଯୌନ ରାକ୍ଷସ ଅନାମ ଦେହୁରୀ ଗାଁ ନାଳ ନିକଟରେ ଛପି ରହିଥିଲା । ନାବାଳିକାକୁ ଏକୁଟିଆ ପାଇ ନାଳ ନିକଟରେ ତାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ବାରମ୍ବାର ଦୁଷ୍କର୍ମ ପରେ ପଥରରେ ଛେଚି ଝିଅଟିକୁ ମାରିଦେଇଥିଲା ଅନାମ । ଏପିରିକି ଝିଅଟିର ମୃତ୍ୟୁ ପରେ ମଧ୍ୟ ଅନାମ ତାକୁ ଦୁଷ୍କର୍ମ କରିଥିଲା ପୋଲିସ ଆଗରେ ସ୍ବାକୀର କରିଥିଲା । ଘଟଣାର କିଛି ଦିନ ପରେ ପୋଲିସ ଅନାମକୁ କୋଲକତାର ଏକ ହୋଟେଲରୁ ଧରିଥିଲା

ରାୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଏଭଳି ତ୍ବରିତ ନ୍ୟାୟ ଏବଂ ମୃତ୍ୟୁ ଦଣ୍ଡ ନିଶ୍ଚିତ ଦୁଷ୍କର୍ମ ରୋକିବାରେ ସହାୟକ ହେବ ।