Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏନଆରସିଙ୍କ ସୂଚୀରେ ନାହିଁ ଭାରତରେ ଏମାର୍ଜେନ୍ସୀ ଲାଗୁ କରିଥିବା ରାଷ୍ଟ୍ରପତିଙ୍କ ପରିବାରର ଜଣେ ବି ସଦସ୍ୟଙ୍କ ନାମ

1/09/2019 at 8:20 PM

ଗୌହାଟୀ: କେନ୍ଦ୍ର ଗୃହମନ୍ତ୍ରାଳୟ ଶନିବାର ଜାତୀୟ ନାଗରିକ ରେଜିଷ୍ଟ୍ରାର (ଏନଆରସି) ଙ୍କ ଚୂଡାନ୍ତ ସୂଚୀ ଜାରି କରିଛନ୍ତି। ଏଥିରେ ନାଗରିକତା ପ୍ରମାଣ କରି ନପାରିବାରୁ ୧୯ ଲକ୍ଷରୁ ଅଧିକ ଲୋକେ ବାଦ ପଡିଛନ୍ତି। ଏହି ବାଦପଡିଥିବା ଲୋକଙ୍କ ମଧ୍ୟରେ ଦେଶରେ ପ୍ରଥମ ଥର ଜରୁରୀକାଳୀନ  ପରିସ୍ଥିତି ଲାଗୁ କରିଥିବା  ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦଙ୍କ ପରିବାରର ଜଣେବି ସଦସ୍ୟଙ୍କ ନାମ ନଥିବା ଜଣାପଡିଛି।

ପୂର୍ବ ରାଷ୍ଟ୍ରପତିଙ୍କ ପରିବାର ସଦସ୍ୟଙ୍କ ନାମ ଏହି ସୂଚୀରେ ନଥିବା ନେଇ  ତାଙ୍କର ଜଣେ ପାରିବାରିକ ସମ୍ପର୍କିୟ ସାଜିଦ ଅହମ୍ମଦ କହିଛନ୍ତି। ଯାହାକୁ ନେଇ ଏବେ ଆସାମର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦଙ୍କ ବଂଶଜମାନେ ଚିନ୍ତାରେ ପଡିଯାଇଛନ୍ତି। ସାଜିଦଙ୍କ କହିବା ଅନୁସାରେ ଗତବର୍ଷ ଜୁଲାଇ ମାସରେ ଏନଆରସି ଜାରି କରିଥିବା ଲିଷ୍ଟରେ ବି ପରିବାରର କୌଣସି ସଦସ୍ୟଙ୍କ ନାମ ନଥିଲା। ଏବେ ପ୍ରକାଶ ପାଇଥିବା ଚୂଡାନ୍ତ ସୂଚୀରେ ବି କାହାର ହେଲେ ନାମ ନାହିଁ। ତେବେ ଆସନ୍ତୁ ଜାଣିବା ସାଜିଦଙ୍କ ବଂଶବୃକ୍ଷ ସମ୍ପର୍କରେ। ସାଜିଦଙ୍କ ପିତା ପୂର୍ବତନ ରାଷ୍ଟ୍ରପତିଙ୍କ ପୁତୁରା ଥିଲା। ସୂଚୀରେ ତାଙ୍କ ନାମ ବି ନାହିଁ।

ପୂର୍ବତନ ରାଷ୍ଟ୍ରପତି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ ୪୨ ବର୍ଷ ପୂର୍ବେ ରାଷ୍ଟ୍ରପତି ଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଆଦେଶରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଦେଇଥିଲେ। ଫଳରେ ନାଗରିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ବେଳେ ଏହାକୁ ବିରୋଧ କରି ଦେଶରେ ଅନେକ ନେତା ଗିରଫ ହୋଇ ଜେଲ ଯାଇଥିଲେ। ଦେଶରେ ପ୍ରଥମ ଥର ଏମର୍ଜେନ୍ସୀ ଲାଗୁ କରିଥିବା ଏହି ରାଷ୍ଟ୍ରପତିଙ୍କ ଜନ୍ମ ପୁରୁଣା ଦିଲ୍ଲୀର ହୌଜ କାଜି ଅଞ୍ଚଳରେ ହୋଇଥିଲା।   ଗୋଣ୍ଡା ସରକାରୀ ହାଇସ୍କୁଲରେ ତାଙ୍କର ପାଠ ପଢା ଆରମ୍ଭ ହୋଇଥିଲା। ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଫେଲ ହୋଇଥିବା ଏହି ଛାତ୍ର ସ୍ୱାଧୀନୋତ୍ତର ଦେଶର ପଞ୍ଚମ ରାଷ୍ଟ୍ରପତି ହୋଇଥିଲେ।

   Related Posts