Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ଆଖି ପିଛୁଳାକେ ପୁରା ପରିବାର ଶେଷ, ମା ଓ ଦେଢ ବର୍ଷର ଶିଶୁକୁ ହତ୍ୟା ପରେ ବାପାର ଆତ୍ମହତ୍ୟା

13/06/2020 at 7:28 PM

କୋରବା ୧୩।୦୬: ଛତିଶଗଡ଼ କୋରଵାରେ ଶନିବାର ଦିନ ଦେଢ ବର୍ଷର ଶିଶୁ ସମେତ ପୁରା ପରିବାର ଘରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଠାବ ହୋଇଛି। ପାରିବାରିକ ଝଗଡ଼ାକୁ ନେଇ ସ୍ଵାମୀ ପ୍ରଥମେ ମହିଳା ଓ ଶିଶୁକୁ ହତ୍ୟା କରିଵା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ବର୍ତ୍ତମାନ ମାମଲାର ସଠିକ୍ ତଥ୍ୟ ଜଣାପଡିନାହିଁ। ଘଟଣା ସମ୍ପର୍କରେ ଅବଗତ ହୋଇ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି। ପୋଲିସ ଘଟଣାସ୍ଥଳରେ ଝୁଲୁଥିବା ସମସ୍ତ ଶବକୁ ଜବତ କରିବା ସହ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଜାଞ୍ଜଗିରି ନିବାସୀ ଅଶୋକ କୁମାର (୨୮ ବର୍ଷ) ପତ୍ନୀ ରାଗିଣୀ ଓ ଦେଢ ବର୍ଷର ଝିଅ ସହ ଗାନ୍ଧୀନଗରରେ ଭଡ଼ା ଘରେ ରହୁଥିଲେ। ଶନିବାର ଦିନ ଯେତେବେଳେ ବହୁତ ସମୟ ପର୍ଯ୍ୟନ୍ତ ଘର ଭିତରୁ କେହି ବି ହେଲେ ବାହାରକୁ ବାହାରି ନଥିଲେ, ସେତେବେଳେ ପଡୋଶୀରେ ରହୁଥିବା ଲୋକମାନେ କବାଟ ବାଡ଼େଇଥିଲେ କିନ୍ତୁ ଘର ଭିତରୁ କିଛି ଉତ୍ତର ମିଳିନଥିଲା। ଶେଷରେ ସ୍ଥାନୀୟ ଲୋକମାନେ ବାଧ୍ୟ ହୋଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଂଚିଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ଘର ଭିତରେ ଝୁଲୁଥିବା ସମସ୍ତ ମୃତଦେହକୁ ଉଦ୍ଧାର କରିଥିଲା। ସମସ୍ତ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସମସ୍ତ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ସମ୍ପର୍କରେ ଜଣାପଡିଵ।

ସୂଚନାଯୋଗ୍ୟ ଯେ, ଗତରାତିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଝଗଡା ଲାଗିରହିଥିଲା। ଏହି ଘଟଣାରୁ ଅନୁମାନ କରାଯାଉଛି ଯେ, ପ୍ରଥମ ସ୍ତ୍ରୀ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି। ତେବେ ଘଟଣାସମ୍ପର୍କରେ ଖବର ପାଇ ପରିବାର ଲୋକେ ପହଞ୍ଚିଛନ୍ତି।

   Related Posts