Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବଜାରରୁ ଆସିଥିବା ମହିଳାଙ୍କୁ ଘର ବାହାରେ ସାବୁନ ପାଣିରେ ସଫା କଲେ ପରିବାର ଲୋକେ : ଭିଡିଓ ସେୟାର କଲେ ଅମିତାଭ

1/04/2020 at 7:56 PM

ନୂଆଦିଲ୍ଲୀ ୦୧/୦୪ : କରୋନା ସଙ୍କଟ ସହ ସମଗ୍ର ବିଶ୍ୱ ମୁକାବିଲା କରୁଛି। ଆମେରିକା, ଇଟାଲୀ, ଫ୍ରାନ୍ସ ଏବଂ ବିଶ୍ୱର ଅନେକ ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଭାରତରେ ମଧ୍ୟ ଏହି ସଂକ୍ରମଣ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ଯେଉଁଥିପାଇଁ ଦେଶ ୨୧ ଦିନ ପାଇଁ ଲକଡାଉନ ରହିଛି | ଫଳରେ ଲୋକେ ନିଜ ନିଜ ଘରେ ବନ୍ଦୀ ହୋଇରହିଛି | ସରକାରୀ ବେସରକାରୀ କର୍ମଚାରୀ ଘରୁ କାମ କରୁଛନ୍ତି | ଏଭଳି ପରିସ୍ଥିତିରେ ଛୋଟ ପରଦା ଓ ବଡ ପରଦାର ସେଲିବ୍ରିଟିମାନେ ମଧ୍ୟ ଘରେ ବନ୍ଦୀ ହୋଇ ରହିଛନ୍ତି | ବଲିଉଡର ସେଲିବ୍ରିଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ ଲୋକଙ୍କ ମନୋରଞ୍ଜନ କରୁଛନ୍ତି| ନିକଟରେ ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ବଜାରରୁ ସାମଗ୍ରୀ କିଣି ଘରକୁ ଫେରିଥିବା ଜଣେ ମହିଳା ସେମାନଙ୍କ ପରିବାର ସଦସ୍ୟ ସାବୁନ ପାଣିରେ ସ୍ନାନ କରାଇ ତାଙ୍କୁ ସଫା କରୁଛନ୍ତି।

ଏହି ଭିଡିଓ ସେୟାର କରିବାବେଳେ ଅମିତାଭ ବଚ୍ଚନ କ୍ୟାପସନରେ ଲେଖିଛନ୍ତି, “ହାଏ ?” ଅମିତାଭ ବଚ୍ଚନଙ୍କ ଟ୍ୱିଟରେ ଲୋକମାନେ ବହୁତ ମନ୍ତବ୍ୟ ଦେଉଛନ୍ତି ଏବଂ ସେମାନଙ୍କ ମତାମତ ରଖିଛନ୍ତି । ଅମିତାଭ ବଚ୍ଚନ ସେୟାର କରିଥିବା ଏହି ମଜାଳିଆ ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଜଣେ ମହିଳା ସାମଗ୍ରୀ କିଣି ଘରକୁ ଫେରିବା ପରେ ଏକ ବାଡ଼ି ସାହାଯ୍ୟରେ ପରିବାରକୁ ସାମଗ୍ରୀ ଦେଇଛନ୍ତି ଏବଂ ତା’ପରେ ସେହି ମହିଳାଙ୍କ ପରିବାର ସଦସ୍ୟ ତାଙ୍କ ଉପରେ ସାବୁନ ପାଣି ପକାଇ ବ୍ରସ ମାରି ସଫା କରିଛନ୍ତି |

   Related Posts