Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତକଙ୍କ ଶବ ରଖି ପରିବାର ଲୋକଙ୍କ ଧାରଣା

14/06/2021 at 6:12 PM

ପାଟଣା ୧୪।୬: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଏଚପି ପେଟ୍ରୋଲ ପମ୍ପ୍  ନିକଟରେ ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଖୀରେଇଟାଙ୍ଗିରି ଗ୍ରାମର ଗପାଳ ଚନ୍ଦ୍ର ମହାନ୍ତ ଓ ଦିଲ୍ଳୀପ କୁମାର ମହାନ୍ତଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଉଭୟଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବିରେ ପରିବାର ଲୋକେ ଖିରେଇଟାଙ୍ଗିରୀ ସ୍ଥିତ ମୋନ୍ଟେକାର୍ଲୋ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ ଯେ, ୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ମୋନ୍ଟେକାର୍ଲୋ ନାମକ ଏକ କମ୍ପାନୀ କାର୍ଯ୍ୟ କରୁଛି । ଉକ୍ତ କମ୍ପାନୀରେ ଉଭୟ ଡ୍ରାଇଭର ଭାବରେ ନିୟୋଜିତ ଥିଲେ । ରବିବାର ବିଳମ୍ବିତ ରାତିରେ ଖୀରେଇଟାଙ୍ଗିରିରୁ ଚଢ଼େଇଭୋଳକୁ ବୋଲେରୋ କ୍ୟାମ୍ପରରେ ଯାଉଥିବା ବେଳେ ଏକ ଟ୍ରକ୍ ପଛରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ଳୋକେ ମୃତଦେହ ଧରି ଧାରଣାରେ ବସିଛନ୍ତି ।

   Related Posts