୫ ବର୍ଷର ଶିଶୁ ଉପରେ ଚଢିଗଲା ବୋଲେରୋ, ମୃତ ଶିଶୁର ଶବ ଧରି ରାସ୍ତା ଅବରୋଧ କଲେ ପରିବାରଲୋକ

Published By : Prameya-News7 Bureau | October 26, 2020 IST

ବାଲିଗୁଡା ୨୬।୧୦: କନ୍ଧମାଳ ଜିଲ୍ଲା କ.ନୂଆଁଗା ବ୍ଲକ୍ ଗୁଞ୍ଜିବାଡି ପଞ୍ଚାୟତର ଜିଡୁବାଡିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ରବିବାର ସୁଶୀଲ ପ୍ରଧାନଙ୍କ ୫ ବର୍ଷର ଶିଶୁ ପୁତ୍ର ନିଜ ଘର ସାମ୍ନା ରାସ୍ତା ଉପରେ ଖେଳୁଥିବାବେଳେ ଗୁଞ୍ଜିବାଡି ଗାଁର ଏକ ବୋଲେରୋ ପିଲାଟି ଉପରେ ଚଢିଯାଇଥିଲା । ପିଲାଟିର ଘଟଣା ସ୍ଥଳରେ ମୃତ୍ୟୁ ହେବାପରେ ପରିବାର ପକ୍ଷରୁ ସାରଙ୍ଗଗଡ ଥାନାରେ ଏତଲା ଦିଆଯାଇଥିଲା । ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା ।

{"id":350818,"sizeSlug":"large"}

ସୋମବାର ସକାଳୁ ସକାଳୁ ମୃତ ଶିଶୁର ପରିବାର ପକ୍ଷରୁ ଜି.ଉଦୟଗିରି ଓ ବ୍ରହ୍ମପୁର ମୁଖ୍ୟରାସ୍ତାକୁ ଅବରୋଧ କରାଯାଇଛି । ପରିବାର ପକ୍ଷରୁ ଗାଡି ଡ୍ରାଇଭର ସହ ମାଲିକଙ୍କୁ ଗିରଫ କରିବା ସହ ମୃତ ଶିଶୁର ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି ରଖି ଅଡି ବସିଥିବା ଜଣାପଡିଛି । ଖବର ଲେଖାହେବା ବେଳକୁ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସ  ପହଁଞ୍ଚିନଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.