Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିକିତ୍ସାଧୀନ ଅବସ୍ଥାରେ ୯ ମାସ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା : ଦୁଇଦିନ ହେଲା ଡାକ୍ତରଖାନାରେ ପରିବାରଲୋକଙ୍କ ଧାରଣା

28/07/2019 at 12:31 PM

ଝାରସୁଗୁଡା ୨୮|୭: ଚିକିତ୍ସାଧୀନ ଅବସ୍ଥାରେ ଜଣେ ୯ ମାସ ଶିଶୁର ମୃତ୍ୟୁକୁ ନେଇ ଦୁଇଦିନ ହେଲା ଡାକ୍ତରଖାନାରେ ଧାରଣା ଦେଇଛନ୍ତି ମୃତ ଶିଶୁର ପରିବାର ଓ ସମ୍ପର୍କୀୟ । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଜାରି ରହିଛି ଆନ୍ଦୋଳନ ।

ଆଜି ସକାଳୁ ଝାରସୁଗୁଡା ପୌରାଞ୍ଚଳ ସମେତ ରେଳବାଇ କଲୋନୀ ଅଞ୍ଚଳରେ ସଫେଇ କାର୍ଯ୍ୟକୁ ବନ୍ଦ କରି ସଫେଇ କର୍ମଚାରୀମାନେ ମଧ୍ୟ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଗତ ୨୦ ତାରିଖରେ ରେଳବାଇ କଲୋନୀ ବାସିନ୍ଦା ଶନି ଷଣ୍ଢଙ୍କ ୯ ମାସର ଶିଶୁ ଦେହରେ ଗରମ ଡାଲି ପଡି ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମଙ୍ଗଲବଜାର ସ୍ଥିତ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ମାଲିମୁଣ୍ଡା ସ୍ଥିତ ବିଶିଷ୍ଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହେ।ଇଥିଲା ।ପ୍ରତିବାଦରେ ଗତକାଲିଠୁ ଚାଲିଛି ଆନ୍ଦେ।ଳନ ।

   Related Posts