୧୭୦ଟଙ୍କା ପ୍ରିମିୟମ ଦେଇଥିଲେ, ମୃତ୍ୟୁ ପରେ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କା

Published By : Prameya-News7 Bureau | November 04, 2020 IST

ଭଦ୍ରକ ୪।୧୧: ସମବାୟ ସମିତିରୁ ଋଣ ନେଇଥିଲେ । ଠିକ୍ ସମୟରେ ପରିଶୋଧ ମଧ୍ୟ କରୁଥିଲେ । ଏମିତି କି ଇନସ୍ୟୁରାନ୍ସ ପାଇଁ ମାତ୍ର ୧୭୦ଟଙ୍କା ପ୍ରିମିୟମ ଦେଇଥିଲେ । ହାତୀ ଆକ୍ରମଣରେ ହିତାଧିକାରୀଙ୍କ ମୃତ୍ୟୁ ହେଲା ଆଉ ୬ ମାସ ପରେ ପରିବାର ଲୋକଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ରାଶି । ଏଭଳି ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଗରପଡା ଥାନା ମହାନ୍ତିପଡା ଗାଁର ପାଗୁଳୁ ବେହେରାଙ୍କ କ୍ଷେତ୍ରରେ ।

{"id":355946,"sizeSlug":"large"}

ପାଗୁଳୁ ବେହରାଙ୍କର ମେ’ ମାସ ୨୯ତାରିଖରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । କ୍ଷେତକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ତେବେ ପାଗୁଳୁ ନିକଟସ୍ଥ ସମବାୟ ସମିତିରୁ ୩୦ ହଜାର ଟଙ୍କା ଋଣ ନେଇଥିଲେ । ଠିକ୍ ସମୟରେ ପରିଶୋଧ ମଧ୍ୟ କରୁଥିଲେ । ୧୭୦ ଟଙ୍କା ଦେଇ ଇନସ୍ୟୁରାନ୍ସ ମଧ୍ୟ କରିଥିଲେ । ମୃତ୍ୟୁର ପ୍ରାୟ ୫ ମାସ ପରେ ତାଙ୍କ ପରିବାରକୁ ସମବାୟ ସମିତି ତରଫରୁ ୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଛି ।

ବାଲେଶ୍ଵର, ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଅଗରପଡା ଶାଖା ପରିସରରେ ମୃତକ ପାଗୁଳୁ ବେହେରାଙ୍କ ବିଧବା ପତ୍ନୀ ଓ ଦୁଇ ପୁଅଙ୍କୁ ବାଲେଶ୍ଵର, ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.