Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଦଶାହ କର୍ମ ବେଳେ ଘରେ ପଶି ପରିବାରଲୋକଙ୍କୁ ଆକ୍ରମଣ, ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି

25/02/2020 at 10:05 AM

ଭଦ୍ରକ ୨୫।୨: ବଳପୂର୍ବକ ଘର ଭିତରେ ପଶି ପରିବାର ଲୋକଙ୍କୁ ଲହୁଲୁହାଣ କଲେ ଦୁର୍ବୃତ୍ତ । ଘରେ ଦଶାହ କର୍ମ ଚାଲିଥିଲା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ପରିବାରଲୋକ । ଏନେଇ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ବୟାଂଡ଼ିହି ଛନ୍ଦାସାହି ଗ୍ରାମର ସୁଧାକର ବେହେରାଙ୍କ ଘରେ ୨୦ରୁ ୨୨ଜଣ ଦୃର୍ବୃତ୍ତ ମଦ୍ୟପାନ କରି ଜୋରଜବରଦସ୍ତ ପଶିଥିଲେ । ତାଙ୍କ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଗାଡି ନେଇ ଫେରାର ହୋଇଯାଇଥିଲେ । ଦୁଇ ଜଣଙ୍କୁ କାବୁ କରି ଗାଁ ଲୋକେ ଧୂଷୁରୀ ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

ସୁଧାକର ଏବଂ ତାଙ୍କ ଭାଇ ଠିକାଦାର ଭାବେ କାମ କରନ୍ତି । ରାସ୍ତା ତିଆରି କାମରେ ସମ୍ପୃକ୍ତ ଲୋକଙ୍କର ଗୋଟିଏ ମେସିନ ଭଡା ବାବଦକୁ ଆଣିଥିଲେ । ପରେ ତାଙ୍କର ହିସାବ ଅନୁଯାୟୀ ଯାହା ଟଙ୍କା ପାଇବା କଥା ଦିଆଯାଇଥିଲା । କିନ୍ତୁ ସେମାନେ ଜୋରଜବରଦସ୍ତ ଭାବେ ଘରେ ପଶି ଗୁଣ୍ଡାମାନଙ୍କୁ ଆଣି  ମାଡ ମାରିବା ସହ ଲକ୍ଷାଧିକ ଟଙ୍କା ଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି ।  ପରିବାର ଲୋକ ବିରୋଧ କରିବାରୁ ସ୍ତ୍ରୀ ଲୋକମାନଙ୍କୁ ମଧ୍ୟ ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ । ଦଶାହ କର୍ମ ଚାଲିଥିବା ବେଳେ ହଠାତ୍ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି ପରିବାର ଲୋକ ।

   Related Posts