କୁଆଡେ ଗଲେ ନାରାୟଣ ! ନ୍ୟାୟ ପାଇଁ ଏସ୍‌ପିଙ୍କୁ ଭେଟିଲେ ପରିବାର

Published By : Prameya-News7 Bureau | December 22, 2019 IST

କଳାହାଣ୍ଡି ୨୨।୧୨:  ଓଡିଶା ଜଳବିଦ୍ୟୁତ ନିଗମ ମୁଖିଗୁଡାରେ କାର୍ଯ୍ୟରତ ଜିଏମ ନାରାୟଣ ପ୍ରସାଦ ମେହେର ଏବେ କେଉଁଠି ?  ସେ ମୃତ ନା ଜୀବିତ । ଏପରି ନାନା ଆଶଙ୍କାରେ ସନ୍ତୁଳିତ ହେଉଛନ୍ତି ପରିବାର । ନିଖୋଜର ୫ଦିନ ବିତିଯାଇଥିଲେ ବି ତାଙ୍କର କୌଣସି ପତ୍ତା ମିଳୁନି । ନ୍ୟାୟ ପାଇଁ କଳାହାଣ୍ଡି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର । ଏସପିଙ୍କୁ ଭେଟି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି ।

{"id":201054,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ୧୦ଟା ରେ ଅଫିସରୁ ଆଉ ଘରକୁ ଫେରିନଥିଲେ ସେ । ବୁଧବାର ତାଙ୍କ ପତ୍ନୀ ସୁରେଖା ମେହେର ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ପୋଲିସ ନାରାୟଣଙ୍କ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦେଉନଥିବା ଅଭିଯୋଗ ହୋଇଛି । ତାଙ୍କ ମୋବାଇଲ ଅନ ଥିଲେ ସୁଦ୍ଧା ଟ୍ରାକିଂ ହୋଇନପାରିବା ଦୁର୍ଭାଗ୍ୟଜନକ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ପରିବାର ଲୋକେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.