Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଚର୍ମ ରୋଗରେ ପୀଡ଼ିତ ମିତାଲିଙ୍କ ଚିକିତ୍ସା ପାଇଁ ନାହିଁ ଟଙ୍କା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

25/10/2021 at 4:09 PM

ପୁରୀ, ୨୫/୧୦: ଦୁରାରୋଗ୍ୟ ରୋଗରେ ପୀଡିତ ପୁରୀ ସଦର ଅଞ୍ଚଳର ମିତାଲି ଚର୍ମଜନିତ ରୋଗରେ ଦୀର୍ଘ କିଛି ବର୍ଷ ଧରି  ପୀଡିତ ରହିଥିବା ଖବର ପ୍ରଥମେ ନ୍ୟୁଜ7 ରେ ପ୍ରସାରଣ ହୋଇଥିଲା। ମିତାଲିର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପ୍ରଶାସନ ପକ୍ଷରୁ ସହାୟତାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମିତାଲି ଦିନ ମଜୁରିଆ ପରିବାରରୁ ଆସିଥିବା ବେଳେ ଏହା ମଧ୍ୟରେ ଚିକିତ୍ସା ପାଇଁ ଅନେକ ଅର୍ଥ ବ୍ୟୟ କରି ସାରିଲେଣି। ଆର୍ଥିକ ସ୍ୱଚ୍ଛଳତା ଅଭାବରୁ ଉନ୍ନତ ଚିକିତ୍ସାରୁ ମିତାଲି ଏକ ପ୍ରକାର ବଞ୍ଚିତ ହୋଇଥିବା ବେଳେ ଏବେ ସରକାରୀ ସହାୟତା ପାଇଁ ତାଙ୍କ ପିତା ପୁରୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି।

ମିତାଲିଙ୍କୁ ମିଳୁଥିବା ଭତ୍ତାରେ ତାର ଚିକିତ୍ସା ସମ୍ଭବପର ହୋଇ ପାରୁନଥିବାରୁ ଅଧିକ ଭତ୍ତା ପ୍ରଦାନ କରିବା ତଥା ମିତାଲିର ସମସ୍ତ ଚିକିତ୍ସା ଖର୍ଚ୍ଚ ପାଇଁ ପ୍ରଶାସନ ସାହାଯ୍ୟ ଯୋଗାଇ ଦେବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମିତାଲି ଏବଂ ତାଙ୍କ ପରିବାର ସହ ଆଲୋଚନା କରିଥିବା ବେଳେ ଚିକିତ୍ସା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts