Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କୋଭିଡ୍‌ ସଚେତନତା ପାଇଁ ‘ଫ୍ୟାମିଲି ମ୍ୟାନ୍‌’ର ଶ୍ରୀକାନ୍ତଙ୍କୁ କାମରେ ଲଗାଇଲେ କେନ୍ଦ୍ର ସରକାର

14/06/2021 at 9:52 PM

ନୂଆଦିଲ୍ଲୀ ୧୪/୬:  ଆମାଜନ୍‌ ପ୍ରାଇମ୍‌ରେ ବହୁ ଲୋକପ୍ରିୟତା ସାଉଁଟୁଥିବା ଓ୍ବେବ ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ୍‌’କୁ ନେଇ ସରକାର ମଧ୍ୟ ପ୍ରଭାବିତ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ମନୋଜ ବାଜପେୟୀଙ୍କୁ ନେଇ ଏକ ମିମ୍‌ ସେୟାର କରିଛି। ଯେଉଁଥିରୁ ଜଣାପଡ଼ୁଛି ଫ୍ୟାମିଲି ମ୍ୟାନ୍‌ର ଶ୍ରୀକାନ୍ତ (ମନୋଜ ବାଜପେୟୀ) ଦର୍ଶକଙ୍କ ସମେତ ସରକାରଙ୍କ ପାଖରେ ମଧ୍ୟ ଆଦୃତ ଲାଭ କରିଛନ୍ତି।

ମନୋଜ ବାଜପେୟୀଙ୍କ ଏକ ଫଟୋରେ ମାସ୍କ ଲଗାଇ ମିମ୍‌ ସେୟାର କରିବା ସହ ଆଇ ଆଣ୍ଡ ବି ମନ୍ତ୍ରାଳୟ ପକ୍ଷରୁ ଲେଖାଯାଇଛି, ଟିକାକରଣ ପରେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ। ମନ୍ତ୍ରାଳୟ ପକ୍ଷରୁ ଲେଖାଯାଇଛି, ‘ଦୁଇଟି ଡୋଜ୍‌ ନେବା ପରେ ମଧ୍ୟ ଶ୍ରୀକାନ୍ତ ମାସ୍କ ପିନ୍ଧୁଛନ୍ତି ଏବଂ ସାମଜିକ ଦୂରତା ବଜାୟ ରଖୁଛନ୍ତି।’

ମନ୍ତ୍ରାଳୟ ପକ୍ଷରୁ ସମସ୍ତଙ୍କୁ ହାତ ସଫା କରିବା , ସାମାଜିକ ଦୂରତା ବଜାୟ ରଖିବା ଏବଂ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି । ଦ ଫ୍ୟାମିଲି ମ୍ୟାନ୍‌ର ଏହି ମିମ୍‌କୁ ମନୋଜ ବାଜପେୟୀ ମଧ୍ୟ ନିଜ ଟ୍ବିଟ୍‌ର ହ୍ୟାଣ୍ଡଲ୍‌ରେ ରିଟ୍ବିଟ୍‌ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ଫ୍ୟାମିଲି ମ୍ୟାନ୍‌ର ‘ଚେଲ୍ଲମ ସାର’ଙ୍କ ମିମ୍‌ ତିଆରି କରି କୋଭିଡ୍‌ ସଚେତନା ବାର୍ତ୍ତା ମଧ୍ୟ ଦେଇଥିଲେ।

   Related Posts