ମୁଣ୍ଡ ଗୁଂଜିବାକୁ ଯେଉଁ ଘର ଥିଲା ତାକୁ ଭାଙ୍ଗିଦେଲା ବାତ୍ୟା : ଏବେ ପୁରା ପରିବାର ରହୁଛନ୍ତି ପାଇଖାନାରେ

Published By : Prameya-News7 Bureau | May 16, 2019 IST

କେନ୍ଦ୍ରାପଡା ୧୬|୫: ବାତ୍ୟା ସବୁ କିଛି ସାରିଦେଲା । ମୁଣ୍ଡ ଗୁଂଜିବାକୁ ଯେଉଁ ଘର ଥିଲା ତାହା ଭାଙ୍ଗିଲା । ଏବେ ପୁରା ପରିବାର ରହୁଛନ୍ତି ପାଇଖାନାରେ । କେନ୍ଦ୍ରାପଡ଼ା ଡେରାବିଶ ରଘୁଦେଇପୁର ଗାଁର କ୍ଷୀରୋଦ ଜେନାଙ୍କ  ପରିବାର ୧୩ ଦିନ ହେବ ରହୁଛନ୍ତି ପାଇଖାନାରେ ।

{"id":112482}

ପାଇଖାନାରେ ମୁଣ୍ଡ ଗୁଞ୍ଜିଛନ୍ତି  ପୁରା ପରିବାର । ଏଇଠି ପରିବା କଟା, ରୋଷେଇବାସ, ଖିଆ ପିଆ ସବୁ କିଛି ଚାଲିଛି । ଲୁଗା ପଟା, ବାସନ କୁସନ ବି ଥୁଆହୋଇଛି ପାଇଖାନାରେ । ଏଇ ପାଇଖାନା ବି ପାଲଟିଛି ଶୋଇବା ଘର । ଏ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା  ଡେରାବିଶ ରଘୁଦେଇପୁର ଗାଁରେ |

{"id":112486}

ଗାଁର କ୍ଷୀରୋଦ ଜେନାଙ୍କ ପରିବାର ପାଇଁ ଏଇ ପାଇଖାନା ଏବେ ସବୁକିଛି । ବାତ୍ୟାରେ ନିଜର ଝାଟିମାଟି ଘରର ଛପର ଉଡ଼ିଗଲା ।  ସ୍ଵଚ୍ଛ ଭାରତ ଯୋଜନାରେ ଯେଉଁ ପାଇଖାନା ଖଣ୍ଡିକ ତିଆରି କରିଥିଲେ ସେଇଟି ଏ ଦୁଃସମୟରେ କାମ ଦେଇଛି । ରାତିରେ ପାଳି କରି ପରିବାରର ସଦସ୍ୟମାନେ ଏହି ଚାଖଣ୍ଡେ ଜାଗାରେ ଶୋଉଛନ୍ତି |

{"id":112483}

ବାତ୍ୟା କ୍ଷତିଗ୍ରସ୍ତ କ୍ଷୀରୋଦଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ୨ ଝିଅ । ବାତ୍ୟା ଦିନ ରାତିରେ ଜୀବନ ବଞ୍ଚାଇବା ପାଇଁ କ୍ଷୀରୋଦଙ୍କ ପରିବାର ନିକଟସ୍ଥ ସ୍କୁଲ ଘରକୁ ଚାଲି ଯାଇଥିଲେ | ବାତ୍ୟା ପରେ ଯେତେବେଳେ ଫେରିଲେ ଦେଖିଲେ ଘରର ଅବସ୍ଥା କିଛି ଏମିତି । ଘରେ ସାଇତି ଥିବା ଧାନ, ମୁଗ ବି ନଷ୍ଟ ହୋଇଯାଇଥିଲା | ଏହି ଗାଁରେ ଅନେକ କ୍ଷୟକ୍ଷତି ହୋଇଥିଲେ ବି ଏଯାଏଁ ପହଞ୍ଚିନି ପ୍ରଶାସନ ।

{"id":112487}

ଦେଖାଯାଉ ସବୁକିଛି ହରାଇଥିବା କ୍ଷୀରୋଦ ଦୁଃଖ ବୁଝିବାକୁ କେବେ ପ୍ରଶାସନ ରଘୁଦେଇପୁରରେ ପହଞ୍ଚୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.