Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

କରୋନା ମୃତ୍ୟୁର ନଥିଲା ପ୍ରମାଣ : ସରକାରୀ ସାହାଯ୍ୟ ନ ମିଳିବାରୁ ଆଇସକ୍ରିମ ଫ୍ରିଜରେ ଦୁଇ ଦିନ ରଖିବାକୁ ପଡିଲା ମୃତଦେହ

2/07/2020 at 1:30 PM

କୋଲକାତା ୦୨/୦୭ : ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ କରୋନା  ଯୋଗୁଁ ପ୍ରାଣ ହରାଇଥିବା ଜଣେ ବୟସ୍କ ଵ୍ୟକ୍ତିଙ୍କୁ ମଶାଣୀରେ ପୋତିବା ପାଇଁ ଅଧିକାରୀଙ୍କ ତରଫରୁ କୌଣସି ସହାୟତା ମିଳିନଥିଲା । ଫଳରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଦୁଇ ଦିନ ଯାଏଁ ଆଇସକ୍ରିମ ଫ୍ରିଜରେ ରଖିଥିଲେ । ମୃତ ବ୍ୟକ୍ତିଙ୍କ ଯାଞ୍ଚ ରିପୋର୍ଟ ମଙ୍ଗଳବାର ଦିନ ଆସିଥିଲା । ରିପୋର୍ଟ ଆସିବା ପରେ ସେ କରୋନା ସଂକ୍ରମଣର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା ।

ସ୍ୱାସ୍ଥ୍ୟ ବିଭାଗ ସୂତ୍ର ଅନୁଯାୟୀ ମୃତ ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ୭୧ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମଧ୍ୟ କୋଲକାତା ରାଜା ରାମମୋହନ ସରନି ଅଞ୍ଚଳ ସ୍ଥିତ ନିଜ ଘରେ ସୋମବାର ଦିନ ମୃତ୍ୟୁ ହୋଇଥିଲା । ସୋମବାର ଦିନ ସେ ଯେଉଁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ ସେ ସେଠାରେ କରୋନା ଯାଞ୍ଚ କରିବାକୁ କହିଥିଲେ । ତାଙ୍କର କରୋନା ଯାଞ୍ଚ କରାଯାଇଥିଲା ।

ଏହାପରେ ସେ ଘରକୁ ଫେରି ଆସିଥିଲେ । କିନ୍ତୁ ଘରକୁ ଏରିବା ପରେ ତାଙ୍କ ଅବସ୍ଥା ଆହୁରି ଗମ୍ଭୀର ହୋଇଯାଇଥିବା ପରିବାର ଲୋକେ କହିଛନ୍ତି । ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ସଦସ୍ୟଙ୍କ କହିବାନୁଯାୟୀ ସୂଚନା ପାଇ ସମ୍ବନ୍ଧିତ ଡାକ୍ତର ପିପିଇ କିଟ ପିନ୍ଧି ସେହି ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ତାଙ୍କର କରୋନା ରିପୋର୍ଟ ଆସିନଥିବାରୁ ସେ ଏହାକୁ କୋଭିଡ -୧୯ ମୃତ୍ୟୁ ମାମଲା ବୋଲି ଘୋଷଣା କରିନଥିଲେ । ମାମଲାକୁ ନେଇ ଥାନାରେ ସମ୍ପର୍କ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ପୋଲିସ ମୃତକଙ୍କ ପରିବାରକୁ ସ୍ଥାନୀୟ କାଉନସିଲରଙ୍କୁ ସମ୍ପର୍କ କରିବାକୁ କହିଥିଲେ । କିନ୍ତୁ ସେଠାରେ ମଧ୍ୟ ତାଙ୍କୁ କିଛି ସାହାଯ୍ୟ ମିଳିନଥିଲା ବୋଲି ପରିବାର ଲୋକେ କହିଛନ୍ତି । ଏହାପରେ ପରିବାର ଲୋକେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ସମ୍ପର୍କ କରିବାକୁ କୁହାଯାଇଥିଲା । ପରିବାର ଲୋକେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ହେଲ୍ପଲାଇନ ନମ୍ବରରେ କଲ  କରିଥିଲେ କିନ୍ତୁ କେହି କିଛି ଜବାବ ଦେଇନଥିଲେ । ଏହାପରେ ପରିବାର ଲୋକେ ଶବ ଗୃହକୁ ସମ୍ପର୍କ କରିଥିଲେ କିନ୍ତୁ ସେଠାରୁ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା ।

କେଉଁଠାରୁ କିଛି ସାହାଯ୍ୟ ନ ପାଇ ପରିବାର ଲୋକେ ମୃତଦେହକୁ ରଖିବା ପାଇଁ ଆଇସକ୍ରିମ ଫ୍ରିଜରେ ବ୍ୟବସ୍ଥା କଲେ । ମୃତ ବ୍ୟକ୍ତିଙ୍କ ଯାଞ୍ଚ ରିପୋର୍ଟ ମଙ୍ଗଳବାର ଦିନ ଆସିଥିଲା ଯେଉଁଥିରେ ସେ କରୋନାରେ ପୀଡିତ ଥିବା ସ୍ପଷ୍ଟ ହୋଇଥିଲା । ବୁଧବାର ଦିନ ସ୍ୱାସ୍ଥ୍ୟ ବିଭାଗ ତରଫରୁ କଲ ଯାଇଥିଲା । ତାପରେ କୋଲକାତା ନଗର ନିଗମ କର୍ମଚାରୀ ଆସି ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେଇଯାଇଥିଲେ ।

   Related Posts