Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଦୁର୍ଘଟଣାରେ ଚାଲିଗଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ; ଅସହାୟ ଅବସ୍ଥାରେ ବୃଦ୍ଧ ବାପା ମା, ରୋଗାକ୍ରାନ୍ତ ସ୍ତ୍ରୀ ଓ ଦୁଇ ଭିନ୍ନକ୍ଷମ ପୁଅ

4/06/2019 at 4:12 PM

କେନ୍ଦ୍ରାପଡା ୪|୬: ଦୁର୍ଘଟଣାରେ ଚାଲିଗଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ । ଘରେ ବୁଢ଼ା ବାପା-ମା ଅଚଳ ହୋଇ ଗୋଟିଏ କୋଣରେ ପଡ଼ିଛନ୍ତି । ବିଧବା ପତ୍ନୀ ବି ରୋଗାକ୍ରାନ୍ତ । ତେଣେ ଦୁଇ ପୁଅ ମଧ୍ୟ ଭିନ୍ନକ୍ଷମ । କେମିତି ଚଳିବ ପରିବାର ? କେନ୍ଦ୍ରାପଡା ଗଉଡବିଶି ଗାଁରୁ ଦେଖିବା ଆମର ଏଇ ରିପୋର୍ଟ ।

ପରିବାରରେ ସମସ୍ତଙ୍କ ଆଖିରେ ଲୁହ । ଘରେ ଚୁଲି ଜଳୁନି । ଏ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଡେରାବିଶ ଗଉଡବିଶି ଗାଁରେ । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶରତ ବେହେରା ଗତ  ମାସ ୨୬ରେ  ଏକ  ଦୁର୍ଘଟଣାରେ ପ୍ରାଣ ହରାଇଲେ ।

ମୃତ ଶରତଙ୍କ ୩ଟି ପୁଅ ମଧ୍ୟରୁ ବଡ ଓ ମଝିଆ ପୁଅ ଦିବ୍ୟାଙ୍ଗ । ବୟସାଧିକ ହେତୁ ମୃତ ଶରତଙ୍କ ବାପା ମା ମଧ୍ୟ ଏକ ପ୍ରକାର ଅଚଳ ଅବସ୍ଥାରେ । ଶରତ ମୂଲ ଲାଗି ନିଜ ପରିବାର ଚଳାଉଥିଲେ । ଆଉ ତାଙ୍କ ମୃତ୍ୟୁ ପରେ ଏବେ ଏ ପରିବାରକୁ ଦାନା ମୁଠେ ମିଳିବା ମୁସ୍କିଲ ହୋଇପଡ଼ିଛି ।  

ମୃତ ଶରତଙ୍କ ସ୍ତ୍ରୀ ଉର୍ମିଳା ମଧ୍ୟ ରୋଗାକ୍ରାନ୍ତ । ପେଟରେ ଘା ହେବା ଯୋଗୁଁ ଦୀର୍ଘ ଦିନ ଧରି ହସପିଟାଲରେ ରହି ଏବେ ଘରକୁ ଫେରିଛନ୍ତି ସେ । ଏମାନଙ୍କର ନିଜର ଘର ଖଣ୍ଡେ ନାହିଁ କି  କୌଣସି ସରକାରୀ ସୁବିଧା ପାଉନାହାନ୍ତି ଏ ପରିବାର ।  ଗ୍ରାମବାସୀଙ୍କ ସହାୟତାରେ ଶରତଙ୍କ ଶେଷକୃତ୍ୟ  ସମ୍ପନ୍ନ ହୋଇଛି । କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ଶୁଦ୍ଧିକ୍ରିୟା ବ୍ୟବସ୍ଥା ହୋଇଛି ।

ମୃତ ଶରତଙ୍କ ଭିନ୍ନକ୍ଷମ ପିଲାଙ୍କ ପାଠ ପଢା ଖର୍ଚ୍ଚ  ଓ ସ୍ତ୍ରୀଙ୍କ ଔଷଧ ଖର୍ଚ୍ଚ ତୁଲାଇବା ପାଇଁ ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଜରୁରୀ ହୋଇପଡ଼ିଛି ।

   Related Posts